*କବିତା ଆସର ଶୀର୍ଷକ:-*🌹❤ *ବନ୍ଧୁଟିଏ ଖୋଜୁ ଖୋଜୁ**❤🌹
*କବିତା ଆସର ଶୀର୍ଷକ:-*🌹❤ *ବନ୍ଧୁଟିଏ ଖୋଜୁ ଖୋଜୁ**❤🌹
ବନ୍ଧୁଟିଏ ଖୋଜୁ ଖୋଜୁ
ପାଇଗଲି ତୁମକୁ
ଭୁଲି ପାରୁ ନାହିଁ କେବେ
ତୁମ ସ୍ବାଭିମାନକୁ ।
ତୁମ ନମ୍ର ବ୍ୟବହାର
ଭଲ ଲାଗେ ଆମକୁ
କଥାରେ କଥାରେ ମୋହି
ନିଅ ତୁମେ ମନକୁ ।
କେତେ ମିଠା ଭାଷା ତୁମ
ଛୁଏଁ ହୃଦୟକୁ
ହୃଦୟରୁ ଭଲ ପାଏ
ମୁଁ ପରା ତୁମକୁ ।
ତୁମ ବେଶ ଭୂଷା ଭାଷା
ଛୁଇଁ ଯାଏ ମନକୁ
ନିଃସ୍ବାର୍ଥପର ଭାବନା
ଟାଣି ନିଏ ପାଖକୁ ।
ଭୁଲି ହୁଏ ନାହିଁ ତୁମ
ସେ ସତ୍ୟତାପଣକୁ
ଭଲ ଲାଗେ ପରୋପକାର
ସେଇ ମନ ଭାବକୁ ।
ଜ୍ଞାନବନ୍ତ ନ୍ୟାୟବନ୍ତ
ବୁଝ ଦୁଃଖୀ ମନକୁ
ଦୁଃଖୀ ପାଇଁ ଉତ୍ସର୍ଗଟି
କରି ଦିଅ ନିଜକୁ ।
ଅନ୍ୟ ଖୁସି ପାଇଁ ଜଳି
ବଳି ଦିଅ ଖୁସିକୁ
ପର ଭଲ ପାଇଁ ନିଜେ
ସୁଖ କର ତ୍ୟାଗକୁ ।
ନିଜେ କଷ୍ଟ ସହି ଅନ୍ୟ
ଓଠେ ଦିଅ ହସକୁ
ଭାରି ଭଲ ଲାଗେ ତୁମ
ଏଇ ଚିନ୍ତାଧାରାକୁ ।
ଦୁଃଖ ବେଳେ ସାଥି ହେଇ
ପୋଛି ଦିଅ ଲୁହକୁ
ହାତ ଧରି କୁପଥରୁ
ଆଣ ଭଲ ରାସ୍ତାକୁ ।
ବେଳେ ବେଳେ ଥଟ୍ଟା ମଜା
ହେଇଯାଏ ତୁମକୁ
ନୀରବତା ରହି ପୁଣି
ଦେଖୁଥାଏ ତୁମକୁ ।
କେତେ ଧର୍ମ ପୁଣ୍ୟ ବଳେ
ପାଇଅଛି ତୁମକୁ
ତୁମେ ମୋର ବନ୍ଧୁ ବୋଲି
ଲାଗେ ମୋତେ ଗର୍ବକୁ ।
ଏ ବନ୍ଧୁତା ରହି ଥିବ
ଆମ ଯୁଗ ଯୁଗକୁ
ଦୂରେଇ ମୁଁ ଯିବି ନାହିଁ
କଥା ଦେଲି ତୁମକୁ ।
ଯେତେ ନିନ୍ଦା ଅପବାଦ
ଝଡ ଆସୁ ସାମ୍ନାକୁ
ରହିଥିବି ତୁମ ସାଥେ
ଧରି ତୁମ ହାତକୁ ।
ତୁମେ ସାଥେ ଥିଲେ ଭୁଲି
ଯାଏ ଭୋକ ଶୋଷକୁ
ହୃଦୟରୁ ବନ୍ଧୁ ବୋଲି
ମାନିଅଛି ତୁମକୁ ।
ଏଇ ଆଖି ଚାହିଁ ଥାଏ
ତୁମ ସେଇ ପଥକୁ
କଥା ନ ହୋଇଲେ ନିଦ
ଆସେନି ତ ଆଖିକୁ ।
କେତେ ଧର୍ମ ପୁଣ୍ୟ ବଳେ
ପାଇଅଛି ତୁମକୁ
ଚିର ଦିନ ରହି ଥିବ
କହି ଅଛି ଜଗାକୁ ।
