STORYMIRROR

Lata Behera

Abstract

3  

Lata Behera

Abstract

ମାୟାଜାଲ

ମାୟାଜାଲ

1 min
7


ଏ ମଣିଷ ନିଜ ସ୍ବାର୍ଥ ପାଇଁ ବୁଣେ

   ଛଳନାର ମାୟାଜାଲ

ଅନ୍ୟକୁ ନଚେଇ ନିଜେ ହସୁଥାଏ

   ସିଏ ହୁଏ କଲବଲ ।


ହିଂସା କପଟରେ ଗଢା ହେଇ ଥାଏ

    ବୁଝେନି ମମତା ମୂଲ

ବିଶ୍ବାସରେ ବିଷ ଭରି ଦେବା ତାର

   ବାଆଁ ହାତର କମାଲ ।


ବୁଝିବାଟା ତାକୁ ନୁହଁଇ ସହଜ

   କଥା କହୁଥାଏ ଭଲ

ସମ୍ପର୍କଟି ତାହା ପାଇଁ ତୁଛ ଥାଏ

   ଧନରେ କରେ ତଉଲ ।


ରାଗ ଈର୍ଷା ମନେ ବସା ବାନ୍ଧି ଥାଏ

   ଉପରେ ହୁଅଇ ଗେଲ

ମାୟା ମରୀଚିକା ଆଖିରେ ଦେଖେଇ

    କରୁଥାଏ କଲବଲ ।


ଝଡ ତୋଫାନଟା ଜୀବନରେ ଭରି 

    ବାନ୍ଧେ କପଟର ଜାଲ

ଛଟପଟ କରି ଭିତରେ ମାରଇ

   ପକେଇ ସେ ନିଆଁ ଝୁଲ ।


ଏଡେ ସେ ମାୟାବୀ ଏଡିକି ନୃଶଂସ 

    କଥାରେ ପଡିଲେ ଗଲ

ବିଶ୍ବାସ କରିଣ ଭରସା ରଖିଲେ

   ତାହାରି ଛଳନେ ମଲ ।


ଛଳନାର ମାୟା ଜାଲରେ ପଡିବା

   ଆଦୌ ନୁହେଁ ତାହା ଭଲ

ସେ ଛଳନା ମାୟାଜାଲଟି ଏମିତି

   ପଡିଲେ ସେଇଠି ଗଲ ।


ମୁକୁଳିବା କେବେ ନୁହଁଇ ସହଜ

    ଏକଥା ମନୁ ନ ଭୁଲ

ବୁଝି ବିଚାରିକି ସମ୍ପର୍କଟି ରଖ

   ନହେଲେ ସେଠି ସରିଲ ।


ମାୟା ଯାଦୁଗର ଛଳନାର ଘର

   ବୁଣେ ସିଏ ମାୟାଜାଲ

ଆୟତ୍ତ ଭିତରେ ପଡିଗଲେ ଥରେ

   ସେଇଠି ତୁମେ ଯେ ଗଲ ।


ବାହାରିବା କେବେ ନୁହଁଇ ସହଜ

   ଉଜୁଡୁ ଯେତେ ଫସଲ 

ଆଖି ଦେଖୁଥିବ ଲୁହ ଗଡିଯିବ

   ଛଳନାର ମାୟାଜାଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract