ଗୀତିନାଟ୍ୟ
ଗୀତିନାଟ୍ୟ
ହଜିଲା ଦିନର ସ୍ମୁତି କବିତାରେ
ସ୍ମୃତିଟି ନିଆରା ଥାଏ
କେତେ ଗପ ପେଡି ଆଈ ମା କାହାଣୀ
ଗୋଟି ଗୋଟି ଖୋଲା ଯାଏ ।
ହଜିଲା ସ୍ମୃତିରୁ ଗୀତିନାଟ୍ଯ ଆଜି
ଆଣିଛି ସାଉଁଟି ସିଏ
କେତେ ସେ ଅଭୁଲା କରେ ମଲୁଆଲା
ଆଖିରେ ସେ ନାଚି ଯାଏ ।
ପୁରାଣ କାହାଣୀ କଥାବସ୍ତୁକୁ ସେ
ଚିତ୍ରନାଟ୍ଯ ରୂପ ଦିଏ
ଗୀତ ସହ ନାଚ ପରିବେଶଣକୁ
ଗୀତିନାଟ୍ଯ କୁହାଯାଏ ।
କାଳାକାରମାନେ ଆଖଡାରେ ଶିଖି
ମଞ୍ଚରେ କରନ୍ତି ସିଏ
ପୁଅଟିଏ ପୁଣି ଝିଅ ବେଶ ଧରି
ଅଭିନୟ କରୁଥାଏ ।
ବୈଷ୍ଣବ ପାଣିଙ୍କ ସେଇ ଗୀତିନାଟ୍ଯ
ଏବେ ମନେ ପଡିଯାଏ
ତାକୁ ଆଧାରିତ କରି କଳାକାର
ଗୀତିନାଟ୍ଯ କରୁଥାଏ ।
ଶିଖେଇବା ପାଇଁ ଗୁରୁ ବା ଓସ୍ତାତ
ଜଣେ ତ ନିଶ୍ଚିତ ଥାଏ
ଗୀତ ପାଇଁ ଆଉ ଜଣେ ଆସି ଥାନ୍ତି
ନୃତ୍ଯକୁ ଶିଖାନ୍ତି ସିଏ ।
ବାଜା ଗୀତ ସୁର ତାଳ ଲୟେ ପାଦ
ଆପେ ଝୁମି ଝୁମି ଯାଏ
ଏତେ ଖୁସି ଲାଗେ ପଲକ ପଡେନି
ମନ ସିଏ ମୋହି ନିଏ ।
ଶୀତ କାକରରେ ପେଣ୍ଡାଲ ତଳରେ
ବସି ଆଖି ଦେଖୁଥାଏ
ନିଦ ହଜି ଯାଏ ଜଣା ତ ପଡେନି
ରାତି କେବେ ପାହିଯାଏ ।
ଓଡିଶା ସଂସ୍କୃତି ଲୋକ କଳା କୃତି
ଐତିହ୍ୟ ସ୍ମୃତିଟି ଇଏ
ଏ ହଜିଲା ସ୍ମୃତି ରହିଛି ରହିବ
ହୃଦୟ ଇଲାକେ ସିଏ ।
