STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ତ୍ରିରଙ୍ଗା

ତ୍ରିରଙ୍ଗା

1 min
13


ତିନି ରଙ୍ଗ ସମାହାର..... ତ୍ରିରଙ୍ଗା ପତାକା ମୋର

    ସବୁଜ ଶୁଳ୍କ ନାରଙ୍ଗୀ .....

              ଚକ୍ର ମଧ୍ୟଭାଗେ ଭଙ୍ଗୀ

ବିଜୟ କେତନ ବାନା.... ଅଟଇ ସ୍ମୃତି ରଚନା

   ତ୍ରିରଙ୍ଗା ପତାକା ମୋର......

         ରଖିଛି ଗରିମା ଭରି............

ତିନି ରଙ୍ଗ ସମାହାର.....ତ୍ରିରଙ୍ଗା ପତାକା ମୋର.....।

ଯେ ଦେଶେ ଜନମ ମୋର.........

           ବଢିଛି କୋଳରେ ଯା'ର

ସେଇ ମୋର ପ୍ରିୟ ଭୂଇଁ.... ଭାରତ ବର୍ଷ........

କଳା ର ଉତ୍କର୍ଷ ଦେଶ.... ଅଟେ ମୋର ଉତ୍କଳ...

ଯା ପାଣି ପବନ ମୋର.... ଭରିଛି ହୃଦେ ବିଶ୍ୱାସ

ନିଶ୍ୱାସ ରେ ଥିବ ଯେବେ....ଟିକିଏ ଆଶ.....

    ତ୍ରିରଙ୍ଗା ପତାକା ମୋର..... ଜୀବନ ଶ୍ୱାସ...

ଏହି ବିଶ୍ୱାସ....... ତିନି ରଙ୍ଗ ଜୀବନ ର......

        କର ବିଚାର.......

ଯେ ଦେଶେ ଜନମ ମୋର...

      ବଢିଛି କୋଳରେ ଯାର.....

ସେଇ ମୋ ର ପ୍ରିୟ ଭୂଇଁ... ଭାରତ ବର୍ଷ.......।

ସକାଳ ମାଧ୍ୟାର୍ହ୍ନ ସଞ୍ଜ.... ତିନି ଥାକ ଏ ଜୀବନ

    ବାଳୁତ ଯୌବନ ପୁଣି ବାର୍ଦ୍ଧକ୍ୟ କରିବ ଗ୍ରାସ

ରଙ୍ଗ ଛିଟା ର ଏ...... ଜୀବନ ଘୋଡଣୀ......

    ରଙ୍ଗ ମାଖି ଜୀବନ କୁ....... ଭରିବା ହସ.....

ତ୍ରିରଙ୍ଗା ପତାକା ମୋର.... ଉଡୁଥିବ ଫର ଫର

 ବାଣ୍ଟୁଥିବ ଅତୀତ ର.....ଗରିମା କାହାଣୀ ତା'ର

   ଧନ୍ୟ ହେବ ଏ ଜୀବନ.....

              ଏ ମାଟି ସନ୍ତାନ ଗଣ

ରଖିବା ଉଚ୍ଚ ରେ ଯେବେ.... ତ୍ରିରଙ୍ଗା ପତାକା ପଣ....

      ଗରବେ କହିବା ଆମେ... ଆମେ ଭାଗ୍ୟବାନ...

ତ୍ରିରଙ୍ଗା ତ୍ରିରଙ୍ଗା...... ତ୍ରିରଙ୍ଗା ତ୍ରିରଙ୍ଗା......

 କରୁଛି ତୋତେ ମୁଁ ଆଜି ଶହେ ସଲାମ ।


Rate this content
Log in

Similar oriya poem from Abstract