STORYMIRROR

Aparti Charan Sethi

Abstract

4  

Aparti Charan Sethi

Abstract

ଅଣବାହୁଡା ମୋ ଜୀବନ ରଥ

ଅଣବାହୁଡା ମୋ ଜୀବନ ରଥ

1 min
3


(ମୋ ଜନ୍ମଦିନ ଅବସରରେ)


ଗୁଣ୍ଡିଚା ଘର ଲୀଳା ସରିଲା

   ବାହୁଡ଼ା ବେଳ ହେଲା,

ଶରଧାବାଲି ନାକଚଣାରେ‌

   ରଥ ଅଟକି ଗଲା।

ଶିରୀମନ୍ଦିରୁ‌ ଗୁଣ୍ଡିଚା ଘର

  ଯିବା ଆସିବା ଖେଳ,

ଏ ବଡ଼ ଦାଣ୍ଡ ଜୀବନ ପଥ

   ଏ ଦେହ ରଥ ମୋର।

ନନ୍ଦିଘୋଷରେ କାଳିଆ ବିଜେ

   ମୋ ରଥେ ପରମାତ୍ମା,

ଷୋଳ ଚକିଆ ତା'ରଥ ହେଲେ

   ମୋ ଦୁଇ ଚକ ଜମା।

ରଥ ଚାଳକ‌ ଭକ୍ତ ଦାରୁକ‌

    ରଥକୁ ବାହି ନେବ,

ମୋ ଦେହ ନନ୍ଦିଘୋଷେ ବିବେକ

    ସାରଥୀ ହୋଇଥିବ‌।

ତୋ'ରଥେ ଯୋଚା ଘୋଡ଼ା ‌ଚାରୋଟି

    ମୋ ରଥେ ପଞ୍ଚ ଅଶ୍ଵ,

ସେ ପାଞ୍ଚ ଅଶ୍ଵ ପାଞ୍ଚୋଟି ମନ

    ଇନ୍ଦ୍ରିୟ ପୁଣି ପାଞ୍ଚ।

ରଥ ରକ୍ଷକ ତୋ ଇନ୍ଦ୍ର ଦେବ

     ଧ୍ଵଜାରେ‌ ହନୁମାନ,

ମୋ ରଥ ରକ୍ଷା କରୁଛି ଜ୍ଞାନ 

    ମଥାରେ ବିଜେ ବ୍ରହ୍ମ।

ଜୀବ ପରମ ଓଲଟ ଶୁଆ

    ତୋ ରଥ ଅଗ୍ରେ ଶୋହେ,

ସୁଖ ଓ ଦୁଃଖ ଓଲଟ ଶୁକ

    ମୋ ଦେହ ରଥେ ଥାଏ‌।

ରଥ ଦ‌ଉଡି ତୋର ବାସୁକୀ

    ପାଳ ଦ‌ଉଡି ମୋର,

ତୋ ରଥ ଟଣା ଅନେକ ଲୋକ

    ଚାରୋଟି‌ କାନ୍ଧ ମୋର।

ତୋ'ପାଇଁ‌ ଧୂପ ଦୀପ ସିନ୍ଦୂର

    ଲୋଡ଼ା ବି କିଛି ଫୁଲ,

ମୋ ପାଇଁ ଧୂପ,ଦୀପ,ଅବିର

    ନିଆଁ ବରୀଆ‌,ଫୁଲ।

ହରିବୋଲ ଓ ହୁଳହୁଳୀରେ

    ତୋ ଦାଣ୍ଡ କମ୍ପୁଥିବ‌,

ରାମନାମର‌ ଧ୍ଵନୀରେ ମୋର

    ରଥଟି ବାହିଯିବ‌।

ଗୁଣ୍ଡିଚା ଘର ଲୀଳା ସରିଲା

    ବାହୁଡ଼ି ଆସିବୁରେ‌,

ଅଣ ବାହୁଡ଼ା ମୋ ଦେହ ରଥ

    ଜଳିବ ମଶାଣୀରେ‌।

ତୋର ପବିତ୍ର ବାହୁଡ଼ା ଦିନ

    ମୁଁ ନେଇଥିଲି ଜନ୍ମ,

ସେଇ ବାହୁଡ଼ା ଦିନେ ବାହୁଡ଼ି ‌

    ଗଲେ ମୁଁ ହେବି ଧନ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract