ଗାଉଁଲି ଝିଅର କଥା
ଗାଉଁଲି ଝିଅର କଥା
ଯେବେ ବର୍ଷା ଆସେ
ମନେପଡେ ସେ ଗାଉଁଲି ଝିଅର କଥା
ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ତଳେ
ଝୁମ୍ପୁଡି ଘର
ବାଉଁଶ କଣି ରେ ମାଟି ଲେସା କାନ୍ଥ
ଚିରା କପଡା ର....... କେଇ ଗୁଞ୍ଜା ଥଳି ଭିତରେ
ମୁଠାଏ ଦାନା......
ବର୍ଷା ଆସିବାର ସଂକେତ ବାରି ନିଏ ଝିଅଟି
ପାଖ ପଥର ଚଟାଣରେ ପାରି ଥିବା
ଘଷି ଫଟାକୁ .......ସାଇତି ନିଏ
କିଶୋରୀ ବୟସ ଡେଇଁ ଯାଇଛି ଝିଅ ଟି
ଯୌବନ ର ଆଦ୍ୟ ପରଶ.......
କିନ୍ତୁ..... ସଂସ୍କାର ରେ ଖୁବ ଶାନ୍ତ ଖୁବ ସୁନ୍ଦର
ଅପରିଚିତ ବନ୍ଧୁତା କୁ ବୁଝି ପାରିଲେ ବି
ନିଜର ମଣିଷ ପଣିଆ ନିକଟରେ
ଆଶ୍ରା ଦେବା ପାଇଁ କୁଣ୍ଠିତା ନୁହେଁ ସେ
ବର୍ଷା ଆସୁଛି....... ସୁଲୁସୁଲିଆ ପବନ ବହିଲାଣି
ଦୁଲକାଏ....... ବାଲି ଝଡ଼.......
ବରଗଛ ତଳେ ପାଖ ଗାଁର ଅବଶ୍ୟ ହୋଇପାରିଥାଏ
ସେଇ ଅଜଣା ଯୁବକ
ବର୍ଷା ମାନିଲା ନାହିଁ..... ସମୟ.....
ବିଜୁଳି ର ଝଲସିବା..... ଘଡ ଘଡି ର ଶବ୍ଦ ରେ
ବର୍ଷା ଅବୁଝା ମନରେ.... ଖୁବ ବରଷି ଗଲା
ତିନ୍ତିଗଲା........ ଯୁବକ ଟି
ଅସହାୟ ବୋଧ..... ନାଚାର.....
ଝାଟି ମାଟିର ଉହାଡ଼ ରୁ
ଟୋପାଏ ସ୍ନେହ.... ମୁଠାଏ ମମତା
ସଲ୍ଲଜ ଭଙ୍ଗୀରେ......
ନାଲି ଚା.......
ମଙ୍ଗ ଭଙ୍ଗା ଟହୁ ଗିନାରେ ଧରିଛି ଝିଅଟି
ବାବୁ............
ଏ ଚା ଟିକକ ପି ଦିଅ.......
ବହୁତ ତିନ୍ତି ଲଣି...... ଥଣ୍ଡା ଧରିବ ଯେ
ଅଜଣା ଅପରିଚିତ ଯୁବକ
ପି ନେଲା..... ଚା ଟିକକ........
ଥମି ଗଲା ବର୍ଷା.........
କିଛି କହିବାକୁ ଥିଲେ ବି ମନରେ
ଫେରିଗଲା ଯୁବକ ଟି.........
ପଛକୁ ଚାହିଁ ଚାହିଁ.........
ରହିଗଲା ସ୍ମୃତିରେ..... ସେଇ ଝିଅ ଟିର ସ୍ନେହ
ମଧୁର କେଇ କଥା......
ଯେବେ ବର୍ଷା ଆସିଛି......
ଫେରିଛି ଯୁବକ ଟି........
ହେଲେ........ ବରଗଛ ର ଆଶ୍ରା କରିଥିବା
ଝୁମ୍ପୁଡ଼ି ଘରଟି..... ଶୋଇ ଯାଇଥିଲା ମାଟିରେ
ବତୁରି ଯାଇଥିଲା ତା ଦେହ.........
ସବୁ କିଛି ସରି ଯାଇଥିଲା...........
କେବଳ ଏକ କଙ୍କାଳ............
ବୋଧ ହୁଏ...... ସେଇ ଝିଅଟିର.........
ଯେବେ ବର୍ଷା ଆସେ....... ଯୁବକଟି
ମନେ ପକାଏ.... ସେଇ ଝିଅଟିକୁ.......
ଖୁବ ଏକାନ୍ତରେ ।