ଜଗାର ରଥ
ଜଗାର ରଥ
ରଥ ବାହାରିଲା ଚକ ବି ସାଜିଲା ,
ବଡ଼ ଦାଣ୍ଡେ ଆସି ଠିଆ ସେ ହେଲା
ବଡ଼ ଭାଇ ଆଉ ଗେଲି ଭଉଣୀ ନେଇ,
ଜଗା ବାହାରେ ପୁନେଇଁ ପାଇଁ ।
ପରବ ପଳିବ ,ମାଉସୀ ହାତରୁ ପିଠା ଖାଇବ ,
କେତେ ନୂଆ ପୁଣି ଗପ ସେ ରଚିବ ।
ଏଠି ବଡ଼ଦାଣ୍ଡେ ଭକତ ପ୍ରେମ,
ଜଗା ର ମନ ହେଇଯାଏ ପୂର୍ଣ୍ଣ ।
ଲକ୍ଷ୍ମୀ ମା କୁ ଛାଡି, ଜଗା ଯିବ ଆଜି ରଥ ରେ ଚଢ଼ି।
ସେ ବୁଲିବ ସେଥି ମାଉସୀ ଘର ,
ମା ଲକ୍ଷ୍ମୀ ଏଠି ହେବେ ରୋଷ ଭର ।
ନଅ ଦିନ ପରେ ବାହୁଡା଼ ହେବ,
ଭାଇ ଭଉଣୀ ସଙ୍ଗେ ବାହୁଡ଼ିବ ।
ରସଗୋଲା ଦେଇ ଲକ୍ଷ୍ମୀ ମନ ଜିତିବ
ଜଗାର ଏ ଦୃଶ୍ୟ ଦୁର୍ଲ୍ଲଭ।।