ସମୟ ର ପ୍ରତାରଣା
ସମୟ ର ପ୍ରତାରଣା
ସବୁ ଆଡେ ଦେଖୁଛ, ସବୁ କିଛି ଶୁଣୁଛ
ହଁ , ସବୁ ଆଡେ ଦେଖୁଛ ସବୁ କିଛି ଶୁଣୁଛ
ମୋତେ ଥରେ ଦେଖୁନାହଁ,
ମୋ ମନ ର ପରିସୀମା ରେ,ତୁମେ ଯେ ସେଇ ସାଗର
କିମ୍ପାଇଁ ତୁମେ ବୁଝି ପାରୁନାହଁ ।
ସମୟ ସ୍ରୋତ ରେ , ତୁମ ଅପେକ୍ଷା ରେ
ହଁ , ସେ ସମୟ ର ସ୍ରୋତ ରେ ତୁମ ଅପେକ୍ଷା ରେ
ସବୁ ବୋଧେ ଭୁଲିଯାଇଚ,
ଏ ନୀଳ ଆଖି ତୁମ ମନେ ପଡୁନାହିଁ
ଅବା ଆଉ କିଛି ତୁମେ ଦେଖୁଛ ।
ଜହ୍ନ ବିହୁନେ ସେ ରାତି ,
ମେଘ ର ବିଦାୟ ରେ ଆକାଶ ଛାତି ।
ତୁମେ ସତେ ବୁଝିକି ପାରିବ ,
ତୁମେ ଗଲା ପରେ ,ଏ ମନ ଶୂନ୍ୟ ରେ
ପଟ୍ଟ ଚିତ୍ର କେ ଅଙ୍କିବ ।
ସତ କୁହ ତୁମେ ପ୍ରେମ ଅବା ତୁମ ମନ ରେ କି ଥିଲା
କାହା ଭାଗ୍ୟ ରେ ପ୍ରେମ କାହା କୋଲେ ପ୍ରତାରଣା
କିଏ ବା ଲେଖିଥିଲା ।
କିଏ ବା ଲେଖିଥିଲା ।

