ମୁଁ
ମୁଁ
ନା ମୁଁ ଲେଖିକା ସରୋଜିନୀ ପରି
ନା ମୁଁ ଗାୟିକା ଲତା ମା ପରି ।
ମୁଁ ଛାର ମାନବି ଟିଏ,
ତୁମକୁ ଚାହିଁ ଅଛି ଯୁଗ ଯୁଗ ଧରି ।
ନା ମୁଁ ଭକ୍ତ ସାଲବେଗ ପରି ,
ନା ମୁଁ ସାଥୀ ସୁଦାମା ପରି ।
ମୁଁ ତୁମ ଅନୁଗାମୀ ଟିଏ
ତୁମକୁ ଚାହିଁ ଅଛି ଯୁଗ ଯୁଗ ଧରି ।
ନା ମୁଁ ସାହସୀ ଝାନ୍ଶି ବାଇ ପରି
ନା ମୁଁ ଲଢ଼ିଚି ବାଜି ରାଉତ ପରି।
ମୁଁ ଏ ଦେଶ ର ସନ୍ତାନ ଟିଏ
ମାଟି କୁ ରହିଛି ଜାବୁଡ଼ି ଧରି ।
