Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy

3  

Bharatabandhu Biswal

Romance Fantasy

ମନ ରହିଗଲା ତୁମରି ଠାରେ

ମନ ରହିଗଲା ତୁମରି ଠାରେ

1 min
199



ପ୍ରଥମ ଦେଖାରେ   ହସି ଦେଇ ଟିକେ

    ଲୁଚି ଯାଇଥିଲ ଘରେ

ଆସିଥିଲେ ପୁଣି   ସହଚରୀ ସାଥେ

     ଅତି ସନ୍ତର୍ପଣ ଧିରେ ।

ଧରିଥିଲ ହାତେ  ଥଣ୍ଡା ଜଳଯୋଗ

    ମୁଖେ ଥିଲା ସ୍ମିତହସ

ମୁଗ୍ଧ ନୟନରେ   ଚାହିଁ ରହିଥିଲି

    କହିଦେଲି ଆସ ବସ ।

ତୁମ ପରଶାରେ  ସାନ୍ଧ୍ୟ ଜଳପାନ

    ତୁମ ସହ ଅଳ୍ପ କଥା

ଲାଗିଲା କେମିତି  ଭାରି ଆପଣାର 

    ସୁଆଦିଆ ମିଠା ମିଠା ।

ନଜର ଲୁଚାଇ  ଆଡେଇ ବଙ୍କେଇ

    ସହଚରୀ ସହଯୋଗେ

ଉତ୍ତର ଛଳରେ  ବୁଝି ନେଉଥିଲ

     ମନକଥା ଅନୁରାଗେ ।

ଆମର ସାକ୍ଷାତ  କଥୋପକଥନ

    ଆଚାର ଓ ବ୍ୟବହାରେ

ଖୁସି ଥିଲ ବୋଲି  ହୃଦୟ ମନରେ

    ବୁଝିଥିଲି ମୁଁ ସରଳେ ।

ଲେଉଟାଣି ବେଳେ  ଚାହିଁ ରହିଥିଲ

     ନିର୍ନିମେଷ ନୟନରେ

ମନ ରହିଗଲା  ତୁମରି ପାଖରେ

   ବାନ୍ଧି ହେଲି ପ୍ରେମ ଡୋରେ ।

  



Rate this content
Log in

Similar oriya poem from Romance