STORYMIRROR

Panchanan Jena

Romance

3  

Panchanan Jena

Romance

ଏ ପଉଷ ରାତିର ରାଣ

ଏ ପଉଷ ରାତିର ରାଣ

1 min
209

ସବୁ ଛାତି ତଳର ବ୍ୟଥା

ସବୁ ଗହନ ରାତିର କଥା

କିନ୍ତୁ ତମେ ଆସିବ

ରହିଲା ଏ ପଉଷ ରାତିର ରାଣ

କାନିରେ ଗଣ୍ଠି ବାନ୍ଧିଲି 

ପବିତ୍ର କରିବ ମୋ ତୃଷିତ ପ୍ରାଣ ।


ଯାବୋଡ଼ି ମୋତେ ଧରିବ ଧିରେ ଧିରେ

ଓଠକୁ କାମୁଡି ଚାଖିବ ରଙ୍ଗାଧରେ

କିନ୍ତୁ ତମେ ଆସିବ

ରହିଲା ଏ ପଉଷ ରାତିର ରାଣ

ଜହ୍ନକୁ ସାକ୍ଷୀ ରଖିଲି

ଅୟୁତ ଉତ୍କଣ୍ଠା ନିୟୁତ କାମନା ଜାଣ ।


ଛାତି ରଫ୍ ଖାତାରେ ଦେବ ଗାରେଇ

ତର୍ଜନୀ ମୂନରେ ପ୍ରେମ ସ୍ୟାହି ଲଗେଇ

କିନ୍ତୁ ତମେ ଆସିବ

ରହିଲା ଏ ପଉଷ ରାତିର ରାଣ

ଦୁଇ କାନ ଦେଖ ଧରିଲି

ବିଦାୟୀ ରଜନୀ ନ ପାହୁ ସରୁ ସୁଖେଣ ।


ମୁକୁଳା କେଶ ବଗିଚାରେ ଲୁଚକାଳି

ଲୋମକୂପରେ ଶିହରଣ ଚଇତାଳି

କିନ୍ତୁ ତମେ ଆସିବ

ରହିଲା ଏ ପଉଷ ରାତିର ରାଣ

ଶୂନ ରାତିର ଏ ତାତି ଏ ଗୀତି

ଭାବନାରେ ମୋର ମାରିବ ମୋହର ଶତଗୁଣ ।



Rate this content
Log in

Similar oriya poem from Romance