STORYMIRROR

Smrutirekha Parida

Romance Classics Others

3  

Smrutirekha Parida

Romance Classics Others

ଚନ୍ଦ୍ରମା

ଚନ୍ଦ୍ରମା

1 min
216

ଚନ୍ଦ୍ରମା ର ସେହି ସ୍ୱର୍ଣ କିରଣ 

ଛିଞ୍ଚି ମୋ ଦେହେ

ଶିହରଣ ମତେ ଧର୍ଯ୍ୟହରା କରେ

ସ୍ମୁତି ର ପଲକ ମୋହେ। 

 

ଖଣ୍ଡ ଖଣ୍ଡ ଶ୍ୱେତ ବାଦଲ

କରେ ତୁମକୁ ଆଚ୍ଛାଦିତ

ହେ ଚନ୍ଦ୍ରମା ତୁମେ ନୁହେଁ କଳଙ୍କିତ

ନୁହେଁ ତୁମେ ଅପବିତ୍ର। 


ଭସା ବାଦଲ ର ଚଲାପଥେ ଆସି

କାହିଁ ହୋଇଯାଅ ଦୋଷୀ? 

ନଦୀମାନେ ତୁମ କିରଣ ନ ପାଆନ୍ତି

ତୀର ମାନେ ଯାଆନ୍ତି ରୁଷି। 


କି କଥା କହି ତୁମକୁ ରଚିବି

ପାରେନି ତୁମକୁ ବୁଝି

ହେ ଚନ୍ଦ୍ରମା ତୁମେ ମୁକ୍ତ ହୋଇଯାଅ

ନିଜ ଅପବାଦ ସୁଝି। 


କି କରିବି ତୁମ ପ୍ରଶଂସା ଅବା

କି କରିବି ତୁମ ନିନ୍ଦା

ଆଗାମୀ ପିଢି ର ଜହ୍ନ ମାମୁଁ ରୂପେ

ରହିଥାଅ ତୁମେ ସଦା।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance