STORYMIRROR

Smrutirekha Parida

Inspirational

4  

Smrutirekha Parida

Inspirational

ମୁଁ କିଏ?

ମୁଁ କିଏ?

1 min
411

କିଏ କହେ ମୁଁ ବିରହୀ ପ୍ରେମିକା

ପ୍ରେମିକ ପାଇଁ ମୁଁ କାନ୍ଦେ,

କିଏ କହେ ମୁଁ ଅବୁଝା ସାଙ୍ଗଟେ

ଜିଦିର ବସା ବାନ୍ଧେ।


କିଏ କହେ ମତେ ଉତ୍ତାପ ଲାର୍ଭା ଟେ

କ୍ରୋଧରେ ମୁଁ ଫୁଟୁ ଥାଏ,

କିଏ କହେ ମତେ ନିର୍ଝର ନଦୀରେ

ଅକାରଣେ ବହୁ ଥାଏ।

 

କିଏ କହେ ମତେ ଭାରି ଅମାନିଆ

ନିର୍ଦ୍ଦେଶ ମୁଁ ମାନେ ନାହିଁ,

କିଏ ପୁଣି କହେ ହେତୁ ମୋର ନାହିଁ

କାହା କଥା ବୁଝେ ନାହିଁ।


ହଁ ମୁଁ ବିରହୀ, ହଁ ମୁଁ ଜିଦିଆ

ମୁଁ ହିଁ କ୍ରୋଧର ନଦୀ,

ମୁକ୍ତ ଆକାଶେ ଉଡିବାକୁ ଚାହେଁ

ସମ୍ପର୍କରେ ମତେ ଦିଅନି ବାନ୍ଧି।


ଥରୁଟିଏ ଆସି ପାଖେ ମୋର ବସି

ଚେଷ୍ଟା କର ବୁଝିବାକୁ,

ଯେଉଁ ରୂପେ ତୁମେ ଚାହିଁବ ଉତ୍ତର

ସେହି ରୂପେ ପାଇବ ଦେଖୁ ଦେଖୁ।


ଖୋଲା ବହିଟେ ମୁଁ ଫର୍ଦ୍ଦ ଫର୍ଦ୍ଦ ଉଡେ

ପଢିବାକୁ ଚେଷ୍ଟା କର,

ନିଜକୁ ନବୁଝିଥିଲେ,ଛନ୍ଦି ହୋଇଯିବ 

ମୋ ଜୀବନ ଜଟିଳ ଶବ୍ଦର।


ତୁମ ପଛେ ଶହେ ପାପ କରିଥାଏ

ଆକ୍ଷେପ କରିବ ମତେ,

ସୁନ୍ଦର ନଜରେ ଥରୁଟିଏ ଦେଖ

ପାଇଯିବ ଉତ୍ତର ଆପେ ଆପେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational