STORYMIRROR

Smrutirekha Parida

Romance Classics Others

3  

Smrutirekha Parida

Romance Classics Others

ଶୀତ ଦିନରେ ତୁମେ...।

ଶୀତ ଦିନରେ ତୁମେ...।

1 min
127

ତୁମେ ସେଠି, ମୁଁ ଏଇଠି

ଭିତରେ ବହୁତ ଦୂରତା,

ଦୂରେ ଥିଲେ ହିଁ ଜଣା ପଡୁଥାଏ

ସମ୍ପର୍କର ଗଭୀରତା।

ଶୀତୁଆ ପାଗର ଶୀତୁଆ ସଞ୍ଜରେ

ଦୁଇ କପ୍ ଚାହା ଧରି,

ଗୋଟେ ତୁମ ପାଇଁ ଗୋଟେ ମୋ ପାଇଁ

କଳ୍ପନାରେ ଦିଅ ପିଇ।

ଚୁପି ଚୁପି କଥା କୁହ

ମୋ କାନ ପାଖରେ,

କାଳେ କିଏ ଆସି ଯିବ

ଆମ ଚୋରା ପୀରତିରେ।

ଶୀତର ଦିନ ଯେ ଭାରି ଦୁଃଖଦାୟୀ

ସବୁବେଳେ ତୁମେ ମନେ ପଡ,

ଗୋଟେ ସାଲ୍ ରେ ଦୁଇ ଜଣ ଥିବା

ଭାବିଲେ ଛାତି ହୁଏ ଧଡ୍ ଧଡ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance