STORYMIRROR

Sanjya Tripathy

Romance

4  

Sanjya Tripathy

Romance

ସେଇ ଝିଅଟି

ସେଇ ଝିଅଟି

1 min
357

ଝିଅଟି

ତା ବା କିଛି ବି ହୋଇପାରେ

ଏଇ ଯେମିତି: ରେବତୀ, ଶ୍ରୀରାଧା, ତୃଷ୍ଠା ବା ଯାଜ୍ଞସେନୀ

ସେ ବହୁବର୍ଷା-ନିବର୍ଷା ବି

କବିର କଳ୍ପନା ଠାରୁ ଢ଼େର ଉଚ୍ଚରେ

ସେ ଏକ ମହିମାନ୍ଦିତା ଦୀପଶିଖା

ସେ ପ୍ରକୃତି- ପୁଣି ସେ ପୁରୁଷ

ସେ ,କି ଯୁଗଳଭା ଶ୍ରାବଣୀ କବିତା

ପୁଣି ସେ ବୈଜ୍ଞାନିକ ଅନୁସଂଧାନର ବାର୍ତ୍ତା ବାହିକା

ଗୋଧୂଳି ଲଗ୍ନରେ ଫେରଂତା ସେ ଏକ ଗ୍ରାମ୍ୟକିଶୋରୀ

ମୌସୁମୀ ସିକ୍ତ ଅନୁପମା ପ୍ରେମିକା

ବିଷୟା ବିବାଦର ଧାର ଧରୁ ନଥିବା କ୍ଲିଓପାତ୍ରା

ଅବା ସହନଶୀଳତାର ଜୀବଂତ ପ୍ରତିମୂର୍ତ୍ତି ସୀତା

ପ୍ରତିଟି ଯୁଗରେ- କାଳାତରରେ

ସେ ଝିଅଟି ମୋହାଚ୍ଛନ୍ନ କରି ରଖିଛି ସମଗ୍ର ଜଗତ

ଚାଲ ପୁଣି ଥରେ ତାକୁ ଖୋଜିବା

ବିଶ୍ବ ସାହିତ୍ୟର ରେମାଂଟିକ୍ ପୃଷ୍ଠା ମାନଙ୍କରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance