କାଶତଣ୍ଡୀ
କାଶତଣ୍ଡୀ
ଶରତ ସଂନ୍ଧ୍ଯାରେ ଶୁଭ୍ର କାଶତଣ୍ଡୀ
କରିଥିଲା ମନ ଚୋରୀ
ସେହି ଦିନ ଠାରୁ ତୁମରି ପ୍ରେମକୁ
ସଂଜରେ ହେଉଛି ଝୁରି ।
ନୀଳ ଆକାଶର ଅନନ୍ତ ନୀଳିମା
ଭସା ବାଦଲର ପ୍ରୀତି
ଗୋଧୂଳି ସଂଜର ସଜସଜ ଫୁଲ
ପ୍ରେମର ଅଭୁଲା ସ୍ମୁତି ।
ନିରିମାଖି କଇଁ ଜହ୍ନ ଆଲୁଅରେ
ବେଦନାରେ ହୁଏ ଘାରି
ମନକଥା ମନେ ଆସି ଚାଲିଯାଏ
ବିରୋହେ ହେଉଛି ଝୁରି ।
କଅଁଳ ବାଛୁରୀ ଡିଆଁ ମାରୁଅଛି
ଏପାଖ ସେପାଖ ହୋଇ
କାଶତଣ୍ଡୀ ଫୁଲେ ଚହଟି ଯାଉଛି
ଆମ ଗାଆଁ ପଠା ନଈ ।
ହାତ ଛାଡିଥିଲୁ ଯେଉଁଠି ଲୋ ପ୍ରିୟା
ସେଇଠି ହୋଇଛି ଠିଆ
କେମିତି ତୋଳିବି ତୁମ ବିନୁ ଏକା
କାଶତଣ୍ଡୀ ଫୁଲ ପ୍ରିୟା ।

