କଳ୍ପନା
କଳ୍ପନା
ରୂପେ ନିରୁପମା ଗୁଣେ ଅନୁପମା
ସ୍ୱପ୍ନରେ ସେ ସାଗରୀକା
ହସରେ ହସିନୀ ରାଗରେ ରାଗିଣୀ
ନାଆଁ ତା'ର ଅନାମିକା ।
ଲେଖୁଥାଏ ଯେବେ ତୋ ରୂପ ମାଧୁରୀ
ନେତ୍ର ଯୁଗଳରେ ମୋର
ଶବ୍ଦ ଝରୁ ଥିଲା କଲମ ମନରୁ
କବିତାର କାଳୀ ଧାର ।
ପୂର୍ଣ୍ଣମୀ ଜହ୍ନର &nb
sp; ସୁନେଲୀ ବାସ୍ନା
ବିଂଚୁଥାଏ ପିରତି ବାସ୍ନା
ଜ୍ୟୋସ୍ନା ଭିଜା ତୋର ଶ୍ୟାମଳୀ ତନୁ
ସତେ ଲାଗେ ଚିହ୍ନା ଚିହ୍ନା ।
ତୁମ ଓଠ ଆଖି କରିଛି ପାଗଳ
ତୁମକୁ ଦେଖିବା ପାଇଁ
ମୋ ମନ ଭିତରେ ଜାଗା ଟିଏ ଅଛି
ତୁମକୁ ରଖିବା ପାଇଁ ।