STORYMIRROR

Lalmohan Dehury

Children Stories Drama

3  

Lalmohan Dehury

Children Stories Drama

ପକ୍ଷୀ ବିହାର

ପକ୍ଷୀ ବିହାର

1 min
173

ଛୋଟ ଗାଆଁ ଟିଏ ପାହାଡ଼ କୋଳରେ

  ନାମ ତା "ଦାମୋଦରଗୌଣୀ "

ଦେଶ ବିଦେଶ ରୁ ପକ୍ଷୀ ଆସିଥାନ୍ତି

    ବାସ ସ୍ଥାନ ଖୋଜି ଖୋଜି। 

   କେନ୍ଦୁଝର ରୁ ଅନତି ଦୂରରେ

    ଅବସ୍ଥିତ ଏହି ସ୍ଥାନ, 

 ବିହଙ୍ଗ ଆସନ୍ତି ଅତିକ୍ରମ କରି

   ସମୁଦ୍ର, ଗିରି ଓ ବନ ।               ମହାଦେୟୀ ବନ୍ଧ ର ଅଗଭୀର ଜଳ

   ତା ସାଙ୍ଗକୁ କେଶରୀ ବଣ, 

  ପକ୍ଷୀଙ୍କର ସ୍ବର୍ଗ ସୂଦୁର ବିସ୍ତୃତ

     ଏହି ପ୍ରାକୃତିକ ସ୍ଥାନ। 

 ଶତାଧିକ ଜାତି ସହସ୍ର ବିହଙ୍ଗ

    ଆସି ଠୁଳ ଶୀତ ଦିନେ, 

 ଆଶ୍ଚର୍ଯ୍ୟ ରତ ସବୁ ପର୍ଯ୍ୟଟକ ଗଣ

    ଦେଖି ଆନନ୍ଦ ନୟନେ। 

  ହଜାର ହଜାର ମାଇଲ ଦୂରରୁ

    ଆସିଛନ୍ତି ଉଡ଼ି ଉଡ଼ି, 

କେବେ ରହି ବା ନରହି ବାଟରେ

    ଆସିଛନ୍ତି ଉଡ଼ି ଉଡ଼ି । 

         


Rate this content
Log in