STORYMIRROR

Smrutirekha Parida

Romance Fantasy Others

4  

Smrutirekha Parida

Romance Fantasy Others

ଖୋଜେ ମୁଁ

ଖୋଜେ ମୁଁ

1 min
348

କାହାକୁ ଖୋଜୁଛି, କାହିଁକି ଖୋଜୁଛି

ପାଏ ନାହିଁ ଆଦି-ଅନ୍ତ,

ଏତିକି ଜାଣିଛି ଖୋଜିବାର ଅଛି

ତୁମେ ନ ମିଳିବା ପର୍ଯ୍ୟନ୍ତ।


ଆଖି ପିଛୁଳାକେ କୁଆଡେ ଯେ ଗଲ

ତୁମକୁ ପାଏନି ଖୋଜି,

ତଥାପି ମନରେ ଆଶାଟିଏ ଅଛି

ଜିତିବି ମୁଁ ଏ ଲୁଚକାଳି ବାଜି।


ନାଁ ବି ଜାଣିନି, ଗାଆଁ ବି ଜାଣିନି

ଜାଣିନି ତୁମେ କୋଉଠି ରୁହ,

ଏତିକି ଜାଣିଛି, କିଛି ମୁଁ ଜାଣିନି

ବାସ୍ ଥରୁଟିଏ ଦେଖା ଦିଅ।


ଏ ପ୍ରେମ କି ପାଗଳାମି ତାହା ବି ଜାଣିନି

କିନ୍ତୁ, ଏ ଭାବନା ଅଟେ କିଛି,

ଏ ଅଧା ଅଧୁରା ଭାବନା ପୁରା କରିବାକୁ

ତୁମ ସହଯୋଗ, ଲୋଡା ଅଛି।


ମୋ ଜୀବନ ବାଟରେ ଆଜି ମୁଁ ବସିଛି

ତୁମକୁ ଅପେକ୍ଷା କରି,

ମନର ଦର୍ପଣେ ତୁମ ପ୍ରତିଛବିର ଭାବନା

ଦିଅ ମୋ ଦିନ-ରାତି ସାରି।


ତୁମକୁ ଖୋଜେ ମୁଁ କାହିଁକି ଜାଣିନି

ଏ ବାସ୍ତବ କି ସ୍ବପ୍ନ, ତାହା ବି ଜାଣିନି,

ପ୍ରେମ ନୁହେଁ ଏ ଅଳ୍ପ ଇଛୁକତା 

ଥରେ ଦେଖା ଦିଅ, ବାସ୍ ଏଇଟା ହିଁ କଥା।


Rate this content
Log in

Similar oriya poem from Romance