STORYMIRROR

Prahallad Sahoo

Abstract Romance Classics

4  

Prahallad Sahoo

Abstract Romance Classics

ଶୀତର ଆଗମନେ ଖୁସି

ଶୀତର ଆଗମନେ ଖୁସି

1 min
261


ଶୀତର ଆଗମନେ      ମନ ପ୍ରାଣ ହୁଏ ଉଲ୍ଲସିତ,

ସବୁଜ ବନ ବନାନୀରେ     ଆନନ୍ଦ ମୟ ଜଗତ।


ନାନା ଜାତି ଫୁଲ ଫଳେ     ହସଇ ଧରଣୀରାଣୀ,

ଶୋଭା ମଣ୍ଡନ କରେ    ପ୍ରକୃତି ରଙ୍ଗ ତୂଳୀ ଧରି।


ଶୀତ ଲହରୀ ନୁହେଁ ସେତ   ପ୍ରେମ ପ୍ରୀତିର ଲହରୀ,

ଆଙ୍କି ଦିଏ ଛବି ପ୍ରଣୟର    ହୃଦେ ମାଦକତା ଭରି।


ଶୀତ ସକାଳର କଅଁଳ   ଖରା ଅମୃତ ଆସ୍ବାଦ ଭରା, 

ଖରା ମୁହାଁ ହୋଇ ଗୋଲି   ଖଟି ଚାଲେ ବିଶ୍ବ ସାରା।


ସବୁଜ ଓଢ଼ଣୀ ତଳୁ    ଧରଣୀ ରାଣୀ ଖୁସିର ହସେ, 

ଶୀତ ସଙ୍ଗେ ପ୍ରୀତି ବନ୍ଧନେ   ନୂତନ ଉନ୍ମାଦ ଆସେ।


ଦିନ ଛୋଟ ହୋଇ ରାତି   ଯାଏ ବଢି ବଢି ସହଳେ, 

ଝଲସୁ ଥାଏ ଶିଶିର ବିନ୍ଦୁ    ସୂରୁଯ ତାପ ପଡିଲେ।


କୁହୁଡି ଭରା ସକାଳର     ଶୀତଳ ସୂରୁଯ ତାପ, 

ଗ୍ରୀଷ୍ମେ ଯେହ୍ନେ ମୃଦୁମଳୟ  ଲାଗେ ଚନ୍ଦନ ସୁରୂପ ।


ଶୀତ ସୁଦୃଢ ମେରୁଦଣ୍ଡ    ସବୁଜ କାନନ ଭାସେ,

ଏହି ମଧୁର ମୁହୂର୍ତ୍ତେ ବନ୍ଧୁ   ଭାବେ ଧରାକୁ ଆସେ ।


ପ୍ରତି କୋଣେ ଅନୁକୋଣେ   ସୌନ୍ଦର୍ଯ୍ୟତା ଯାଏ ଭରି,

ସର୍ବେ ମନୋରଞ୍ଜନ     ସମାବେଶେ ମନମୁଗ୍ଧକାରି।


ଶୀତ ପରିଭ୍ରମଣ ଉତ୍ସାହ      ପ୍ରଦାନକାରୀ ଋତୁ,

ଆମୋଦପ୍ରମୋଦେ ମିତ୍ର     ଆପଣେଇ ନିଏ ଶତୃ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract