Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Romance Inspirational Others

4  

Bharatabandhu Biswal

Romance Inspirational Others

ବିବାହ

ବିବାହ

1 min
375



ବିବାହ ଅଟଇ ମୈ।ଳିକ ସଂସ୍କାର

ପବିତ୍ର ଆତ୍ମ ବନ୍ଧନ

ସ୍ୱଚ୍ଛନ୍ଦ କରଇ ଜୀବନ ପ୍ରବାହ

ଉତ୍ପାଦେ ଯୋଗ୍ୟ ସନ୍ତାନ ।


ନବବଧୁ ସାଜେ କନ୍ୟା ସୁକୁମାରୀ

ବିଭୁଷଣ ଆଭୁଷଣେ

ହୁଅଇ ନିର୍ବନ୍ଧ ବିବାହ ସମ୍ପନ୍ନ

ଶୁଭ ବେଦୀକା ସ୍ଥାପନେ ।


ପଟୁଆର ଧରି ଆସଇ ପୁରୁଷ

ସାଜି ହୋଇ ବରବେଶେ

ଶଙ୍ଖ ହୁଳହୁଳି ପଡଇ ଉଛୁଳି

ଯୋଡ଼ି ମହୁରୀ ବି ବାଜେ ।


ଦଶ ଦିଗପାଳ ହୋମର ଅଗ୍ନିକୁ

ରଖାଯାଏ ଧର୍ମ ସାକ୍ଷୀ

ଶୁଭ ପରିଣୟ ପାଣିର ଗ୍ରହଣ

ସମ୍ପାଦିତ ହୁଏ ବିଧି ।


ସାତଟି ବଚନ ଦିଏ ଉର୍ଜାବାନ

ଆକାଶ ସ୍ୱରୂପ ବର

କନ୍ୟା ରୂପୀ ଧରା କରଇ ଗ୍ରହଣ

ଉଚ୍ଚାରଣ ହୁଏ ମନ୍ତ୍ର ।


ପବିତ୍ର ବେଦୀକୁ ସାତଫେରା କରି

ନିଅନ୍ତି ଶୁଭ ସଙ୍କଳ୍ପ

ଅତୁଟ ରଖିବେ ବନ୍ଧନ ସମ୍ପର୍କ

ପାଳି ଉତ୍ତରଦାୟିତ୍ୱ ।


ବୃଦ୍ଧ ପିତାମାତା ଶାଶୁ ଶଶୁରଙ୍କ

ନେବେ ଉପଯୁକ୍ତ ଯତ୍ନ

ବିତାଇବେ ଯୁବା ପ୍ରୈ।ଢ ବୃଦ୍ଧାବସ୍ଥା

ସହାବସ୍ଥାନେ ଏକତ୍ର ।


ସହଭାଗିତାରେ ନିର୍ବାହ କରିବେ

ଧର୍ମ ପୁଣ୍ୟ ସତ କାର୍ଯ୍ୟ

ପତ୍ନୀ ସହଚରୀ ବାମାଙ୍ଗୀ ରୂପରେ

କରିବେ ଏକାତ୍ମବୋଧ ।


ଉତ୍ପନ୍ନ କରିବେ ଯଶସ୍ଵୀ ସନ୍ତାନ

ଉଜ୍ଜ୍ବଳ କରିବ କୁଳ

ପର ସ୍ତ୍ରୀ ପୁରୁଷ ଉଭୟେ ଜୀବନେ

କରିବେ ନାହିଁ ଗ୍ରହଣ ।


ପୁରୁଷ ମସ୍ତିଷ୍କ ମଧୁର ସଙ୍ଗୀତ

ନାରୀ ଶବ୍ଦ ଗୀତ ଛନ୍ଦ

ବରବଧୁ ରୂପେ ନାରୀ ସାହଚର୍ଯ୍ୟେ

ନର ହୁଏ ନାରାୟଣ ।


Rate this content
Log in