STORYMIRROR

CHINMAYEE PRADHAN

Abstract Romance Classics

4  

CHINMAYEE PRADHAN

Abstract Romance Classics

ସ୍ମୃତି

ସ୍ମୃତି

1 min
229

ସ୍ମୃତି ସେ ତ ଅଭୁଲା ଅତୀତ ଗୀତି

ଭରଇ ମନରେ ପ୍ରୀତି,

ସ୍ମୃତି କେବେ ଜଗାଏ ମନରେ ଭୀତି

ଭୁଲି ହୁଏନା ସେ ସ୍ମୃତି।


ଭୁଲିବାକୁ ଯେତେ ଚାହିଁଲେ ବି ମନ

ପାରେ ନାହିଁ ତାକୁ ଭୁଲି,

ଯେତେ ବୁଝେଇଲେ ବୁଝେ ନାହିଁ ମନ

ଭାବନାରେ ଆସେ ଚାଲି।


ବିଜନ ବେଳାରେ ବସିଥିଲେ ଏକା

ଅତୀତକୁ ଯାଏ ଫେରି,

ମନ ତ ରହେନା ନିଜ ଆୟତରେ

ହୁଏ ଖାଲି ତାକୁ ଝୁରି।


ଶୀତୁଆ ସକାଳେ କୁହୁଡି ଅନ୍ଧାରେ

ମୁହଁ ତାର ଯାଏ ଦିଶି,

ପାଖକୁ ଗଲେ ତା ଦୂରେଇ ଯାଇ ସେ

କୁହୁଡିରେ ଯାଏ ମିଶି।


ସହର ଗଳିରେ ସଞ୍ଜର ଅନ୍ଧାରେ

ଚାଲୁଥାଏ ହାତ ଧରି,

ଦେଖୁ ଦେଖୁ ପୁଣି ଚାଲି ଯାଏ ସିଏ

ପଛକୁ ଚାହେଁନା ଫେରି।


ତାର ସେ ନିରୀହ ଚାହାଣୀରେ ଥିଲା

କଥା କେତେ ଅସରନ୍ତି,

ଓଠ ଧାରେ ତାର ଦେଖି ମିଠା ହସ

ମିଳୁଥିଲା କେତେ ତୃପ୍ତି।


ଜାଣେ ମୋ ଜୀବନ ପାନ୍ଥଶାଳାର 

ଅଫେରା ସେ ଯେ ଅତିଥି,

ଫେରି ଆସିବନି କେବେ ମୋ ଜୀବନେ

ମନେ ପଡେ ସିନା ସ୍ମୃତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract