STORYMIRROR

Sambit Srikumar

Romance Classics Inspirational

4  

Sambit Srikumar

Romance Classics Inspirational

କବିର କଳ୍ପନା

କବିର କଳ୍ପନା

1 min
247


ତରୁଣକବିର ସ୍ବପ୍ନିଳ ଆଖିରେ

ଅସୁମାରି ଅଗଣିତ ସ୍ଵପ୍ନ ଉଙ୍କିମାରେ

ସେଇ ସ୍ଵପ୍ନ ସବୁ ସବୁଜ ଚିର ସବୁଜ

ସମ୍ଭାବନାମୟ ଶ୍ୟାମଳିମାଭରା

ବହୁଥାଏ ତହିଁ ପ୍ରୀତି ସୁଧା ଧାରା!!

ଇଛା କରେ ଯିବା ଲାଗି ଅମରାବତୀପୁରେ

ଖେଳିବାକୁ ଚାହେଁ ଅସଂଖ୍ୟ ତାରା ମେଳେ

କାଉଁରୀ ସ୍ପର୍ଶରେ ମୋହି ନିଏ ସୁନ୍ଦରୀ ଅପସରୀ

ରଚେ ପ୍ରେମରାସ ମଥାରଖି ମାନସୀର କୋଳେ!!

ତରୁଣକବିର ହୃଦୟ କନ୍ଦରେ

ଜାଗି ଉଠେ ରାଶି ରାଶି ଆଶା

ବର୍ଣ୍ଣିବାକୁ ତାହା ପାଏନି ସେ ଭାଷା

ମନ ନୁହେଁ ତାର ଗୋପନ ମଞ୍ଜୁଷା!!

ତାରୁଣ୍ୟ ନଦୀର ତୀରେ ଗଢି ଉଠେ

ଆଶାର ଛବିଳ ବର୍ଣ୍ଣିଳ ଇମାରତ

ଆକାଂକ୍ଷାର ସୌଧ ନଭଶ୍ଚୁମ୍ବୀ

ରୂପକାର ଯା'ର ତରୁଣ ସ୍ଥପତି!!

ମନପବନ ନୌକାରେ ଭାସିବୁଲେ

ତ୍ରିଲୋକର କୋଣ ଅନୁକୋଣ

ଖୋଜୁଥାଏ ସଦା ଅନାବିଳ ପ୍ରୀତି

ତୋଳିବାକୁ ଚାହେଁ ଆକାଶର ଚାନ୍ଦ

ସମର୍ପି ଦେବାକୁ ପ୍ରେୟସୀ ହସ୍ତରେ!!

ଦୁନିଆର ସମସ୍ତ ଧନ ସମ୍ପଦ ଐଶ୍ଵର୍ଯ୍ୟ

ପାଲୋଟେ ଗୌଣ ତରୁଣକବିର

ଅପରିମିତ କଳ୍ପନା ବିଳାସ ପାଶରେ

ସେହି ଏକା ଗରିୟାନ ତମାମ ବିଶ୍ୱରେ!!


Rate this content
Log in

Similar oriya poem from Romance