Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Romance Others

4  

ABADHOOT PANDA

Romance Others

ଶୀତସନ୍ଧ୍ୟାର ଏକ ଅପାସୋରା ଅନୁଭୂତି

ଶୀତସନ୍ଧ୍ୟାର ଏକ ଅପାସୋରା ଅନୁଭୂତି

1 min
335


 

ଥିଲି ଜଣେ ମୁହିଁ ଶିକ୍ଷାନବିଶ ମହାବିଦ୍ୟାଳୟର

ଦିନେ ରହି କୋରାପୁଟ ସଦରର ସ୍ୱତନ୍ତ୍ର ପୋଲିସ

ମୁଖ୍ୟ କାର୍ଯ୍ୟାଳୟର ସୁଦୃଢ଼େ ବେଷ୍ଟିତ ସରକାରୀ

ବାସ ଭବନେ ସାନବାପାବୋଉଙ୍କ ସାନ୍ନିଧ୍ୟରେ l


ଫେରୁଥିଲି ଦିନେ ଶୀତ ସନ୍ଧ୍ୟାର କୁହୁଡ଼ି ଘେରା

କୋଳେ କିନ୍ତୁ ଯାଇଥିଲି ଅଟକି ସ୍ୱତନୁ ଉଷୁମାର୍ଥେ

କପେ ଚା ସେବନରେ l


ବିପିନ ମାଳିନୀ ବଜାରର ସ୍ୱରୂପ ରହିଥିଲା ଅସ୍ପଷ୍ଟ

ପାହାଡ଼ିଆ କୁହୁଡ଼ି ପରଦାର ଅନ୍ତରାଳେ ଯଥା ପାଠ୍ୟ କର୍ମଲିପ୍ତ ରତ ବାଳକେ ବାଳିକେ ମଶାରି ଭିତରେ l


ଦେଖି ଦେଖି ଦୃଶ୍ୟ ମାରୁଥିଲି ଚା ଢୋକ ଟିକେ

ଟିକେ ପଦଯାତ୍ରୀ ଯାନଯାତ୍ରୀ ଗରାଖ ମଣ୍ଡଳୀ ଆଉ ଭ୍ରମଣକାରୀଙ୍କ ଝାପ୍ସା ଆକୃତି ଶୀତକୁହୁଡ଼ି ପରିମେଳେ l


ମାରୁଥିଲା ଉଙ୍କି ଭରା ଯୌବନ ତନୁ ମନେ କେତେ କଳ୍ପନା ଜଳ୍ପନା ଲଭିବାକୁ ଟିକେ ସୁକ୍ଷ୍ମ ତନୁର ଉଷୁମ ପରଶ,ମାତ୍ର ଅସମର୍ଥ,କର୍ତ୍ତବ୍ୟ ମୁଖୀ ଶକ୍ତରଜ୍ଜୁବାଧକ ଘେରେ l


ଶେଷ ହେଲା ଚା ଜଳଯୋଗ ସହସା ଦେଖିଲା ମୋ ନୟନ, ଆଗମନୀ ଏକ ତରୁଣୀ, ଚା ଦୋକାନ ସମ୍ମୁଖେ ଯିଏ ଥିଲା ମୋ କଳ୍ପନାସୁନ୍ଦରୀ ସହପାଠିନୀ ମହାବିଦ୍ୟାଳୟରେ l 


ଗୃହମୁଖୀ ପାଦ ମୋର ଯାଇଥିଲା ସହସା ଅଟକି

ଡାକିଦେଲି କହି ହାଲୋ ମାଳବିକା,ପାରିନଥିଲି ରୋକି ମୋ ଯୁବାତନୁସ୍ପର୍ଶକାତର ମନକୁ ତିଳେ l


ପ୍ରତ୍ୟୁତ୍ତର ଦେଲା ମାଳବିକା,ହେଲୋ ସମ୍ବିତ୍ ଏଠି କଣ ଚାଲୁଛି ଚାହା ପିଆ,ଛୁଟିପରେ ଘରକୁ ଯିବା ଛାଡ଼ି, ଚାଲ କହିବି ତୁମ ବାପାଙ୍କୁ ତୁମ ଏ ବଦଭ୍ୟାସ ବିଷୟରେ l


ଯାଇଥିଲି ମୁଁ ଶଙ୍କି ମାଳବିକାର ଏପରି ତାଗିଦିରେ

ଚାଲିଗଲି ପାଖକୁ ତାର ମୁଲ୍ୟଦେଇ ଚା ବାଲାକୁ ଉଠାଇ ମୋ ମଙ୍କିକ୍ୟାପ୍ ଓଠ ଉପରକୁ ଅହେଳେ l


ଆଗେଇଲୁ ଦୁହେଁ ଆମେ ଏକାଠି ପଦବାବୁଙ୍କ ଗାଡ଼ିରେ ଛାଡ଼ି ଛାଡ଼ି ପାଟିରୁ ବାଷ୍ପ ବାର୍ତ୍ତାଳାପେ ନିଜ ନିଜ ସଦନେ ସମ ଉପନିବେଶ ପରିସରେ l


ବାଜିଗଲା ରାତି ସାତଟା ଘରେ ପହଞ୍ଚୁ ପହଞ୍ଚୁ ଆମେ ଫେରି ଯେଝା ଯେଝା କ୍ୱାର୍ଟରସକୁ ଆନନ୍ଦିତ ଯୁବମନେ କିନ୍ତୁ ଲାଗିଗଲି ମୁଁ ମୋ

ପାଠ ପଢ଼ାରେ ଯତନରେ l


ଶେଷ ହେଲା ମୋ ଅଧୟନ ଖାଇ ବୋଉ ହାତପରଷା ରାତ୍ରିଭୋଜନ ଉତ୍ତମ, ଶଯ୍ୟାରତ ହେଲି ମୁଁ ସେଦିନ ଭାବି ଭାବି ମାଳବିକାର ସୁସଜ୍ଜିତ ଅଙ୍ଗବିନ୍ୟାସର ଗାରିମା,ଜାଗରିତ କରି ମୋ ସୁଖ ସପନରେ l

       



Rate this content
Log in

Similar oriya poem from Romance