STORYMIRROR

Jayashree Das

Romance

4  

Jayashree Das

Romance

ପ୍ରିୟା

ପ୍ରିୟା

1 min
324


ଆସିଲୁ ତୁ ଜୀବନ ରେ

  ଫଗୁଣ ର ଫଗୁ ଧରି,

ମଳୟ ର ସମୀର ରେ

   ଖେଳିଲୁ ତୁ ଲୁଚକାଳି।


ଭିଜିଗଲା ତନୁ ମୋର

  ତୋ ପ୍ରୀତିର ହୋଲି ଖେଳି,

ଅନ୍ତରେ ମୋ ବିଛାଇଲୁ

  କୃଷ୍ଣଚୂଡ଼ା ରଙ୍ଗ ନାଲି।


ତାରlଫୁଲ ତୋଳି ଦେଲୁ

  ସପନ ରେ ଘର କରି,

ଅଗଣାରେ ଭରିଦେଲୁ

   ଚାନ୍ଦ ର ଚାନ୍ଦିନୀ।



ଆଲୋକିତ କଲା ମୋତେ

  ତୋ ପ୍ରେମର ରୋଷଣି

ନିରାଶା ଜୀବନେ ମୋର,

  ସାଜିଲୁ ମଧୁର ରାଗିଣୀ।


ହୃଦୟର ସରସୀ ରେ

  ଫୁଟାଇଲୁ କୁମୁଦିନୀ,

ଶୁଣାଇଲୁ କାନେ ମୋର

  ବାସନ୍ତୀ ପିକ ର କାକଳି।


ଇନ୍ଦ୍ରଧନୁ ରଙ୍ଗେ କଲୁ

   ଜୀବନ ମୋ ରଙ୍ଗମୟ,

ପୁଲକିତ ତନୁ ମନ,

   ଶବ୍ଦାୟୀତ ହୁଅଇ ହୃଦୟ।


ତୋର ସ୍ମୃତି କରିଅଛି

  ମୋତେ ପ୍ରଣୟର କବି,

ଆଉ କାହା ବାନ୍ଧବୀ ତୁ

  ଜୀବନ ମୋ ଯାଇଛି ନିରବୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance