ପ୍ରେମ
ପ୍ରେମ
ପ୍ରେମ ନୁହେଁ ଏକ ଖେଳନା ସାମଗ୍ରୀ
ଏହା ଦୀର୍ଘଜୀବି ଭାବନାର ଧାରା,
ଛିଡ଼ି ଯାଉଥିବା ସତ୍ୟକୁ ଟାଣି ଗୁନ୍ଥି ଦେବା
ପ୍ରେମ ତ ଦେଉଛି ନାରା ।।
ସାଗର ର ପ୍ରେମ କୂଳକୁ ଚୁମେ
କୂଳ ଯେ ନିଇତି ପ୍ରେମକୁ ଚିହ୍ନେ,
ପାହାଡ଼ ର ପ୍ରେମ ଗଗନ ଚୁମେ
ଗଗନ କହୁଛି ପାହାଡ଼ କାନେ ।।
ପ୍ରେମ ଏକ ବନ୍ଧନ ନୁହେଁ ଅବା
ପୁଷ୍କରିଣୀ ର ଜଳ ନୁହେଁ,
ଝରଣା ର ଝର କୁଳୁ କୁଳୁ ସ୍ୱର
ବହିଯାଏ ନିରନ୍ତର ପ୍ରେମଭରା ଦେହେ ।।
ପ୍ରେମ ତ ନୁହଁଇ ଗଛର ଛାଇ
ପ୍ରେମ ତ ନୁହଁଇ ଲଞ୍ଜାତାରା,
ପ୍ରେମ ତ କେବଳ ସୂରୁଜ ଆଲୋକ
କିରଣ ବିଛାଏ ପ୍ରୀତି ଭରା ।।
କେବେବି ପ୍ରେମ ତ ହୋଇପାରେ ନାହିଁ
ଘୋର ଜଙ୍ଗଲ ମଧ୍ୟରେ ଶିକାରୀ ଟିଏ,
ହୋଇପାରେ ନାହଁ ପ୍ରେମ ତ କଦାପି
ବେଳାଭୂମି ର ବାଲିଘର ଟିଏ ।।
ହୋଇପାରେ ପ୍ରେମ ଏକ ଗଭୀର ଜଳ ର ମୀନ ଟିଏ
ହୋଇପାରେ ପ୍ରେମ ଏକ ମରୁଭୂମି ର କାକଟସ୍,
ହୋଇପାରେ ପ୍ରେମ ଏକ ରାଣୀ ମହୁମାଛି
ହୋଇପାରେ ପ୍ରେମ ଏକ ସୁନ୍ଦର ଜଳ ରାଶି ର ଲୋଟସ୍।।
ପ୍ରେମ ଲୁଚିକି ରହିଛି ମଣିଷ ର ହୃଦୟରେ
ପ୍ରେମ ଲୁଚିକି ରହିଛି ଦନ୍ତା ହାତୀ ର ଶୁଣ୍ଢରେ,
ପ୍ରେମ ଲୁଚିକି ରହିଛି ଶୁଆଶାରୀ ର ଥଣ୍ଟରେ
ପ୍ରେମ ବି ଲୁଚିଛି ମହାଶୂନ୍ୟ ରାଇଜ ର ଏଲିୟନ୍ ମୁଣ୍ଡରେ।

