ବିବାହ
ବିବାହ
ବିବାହ ନୁହଁଇ ପ୍ରେମର ବନ୍ଧନ
ଦାୟିତ୍ଵବୋଧ ଓ କର୍ତ୍ତବ୍ୟବୋଧର ମେଳନ
ଯୁବ ସମାଜର ଯୁବ ବନ୍ଧୁଗଣ
ନୂଆ ଯୁଗେ ପାଦ ଦେଲେ ସ୍ଥାପନ ।।
ବିବାହ ବନ୍ଧନ ଅଟେ ପବିତ୍ର ବନ୍ଧନ
ସାରା ସଂସାରର ଏହା ନୁହଁଇ ମୁକ୍ତ
ଏ ବନ୍ଧନ ଛାଡି କେହି ବି ସମାଜେ
ଚାଲି ଯାଆନ୍ତିନି ଥିଲେ ଜୀବିତ ।।
ବିବାହ ବନ୍ଧନ ଖେଳଘର ନୁହେଁ
ବିବାହ ପରେ ବାଦଳେ ସ୍ଵଭାବ
ଚରିତ୍ର ସ୍ୱଭାବେ ଚିତ୍ର ଥିଲେ ସୁନ୍ଦର
ଭେଟିବାନି କେବେ ଅଭାବ ।।
ବିବାହ ବନ୍ଧନ ନିଶାସକ୍ତ ନୁହେଁ
ସାରା ଜୀବନେ ଚାଲିବା ଟଳି ଟଳି
ଚଲାପଥ ଯଦି କଣ୍ଟକିତ ଥାଏ
ଅତିକ୍ରମ ହେବ ନିଶ୍ଚେ ସେହିଭଳି ।।
ବିବାହ ବନ୍ଧନ ନୁହେଁ ବାଲିଘର
ଛାଡି ଦେଇ ସେଠୁ ଚାଲିଯିବା
ଆସୁଛି ଆସିବ ଧ୍ଵଂସର ଢେଉ
ଦମ୍ଭ ଧରି ତାକୁ ସମ୍ଭାଳିବା ।।
ବିବାହ ବନ୍ଧନ ନୁହେଁ ଚଢ଼େଇର ବାଟ ବସା
ଫୁର କିନା ଛାଡି ଉଡ଼ି ଚାଲିଯିବା
କେତେ ବାଟୋଇ ଓ ଶିକାରୀଙ୍କ ମାଡ଼
ଖାଉଥିବା ଆଉ ସହି ସହି ରହୁଥିବା ।।
ବିବାହ ବନ୍ଧନ ନୁହେଁ ଗୁଳ୍ମଟିଏ
ସବୁ ବାଧାରେ ଆମେ ଭାଙ୍ଗିଯିବା
ନାନା ବାଧାବିଘ୍ନ ଘଟିଲେ ସମ୍ମୁଖେ
ଧୈର୍ଯ୍ୟ ଧରି ହୃଦେ ବଞ୍ଚୁଥିବା ।।
ବିବାହ ବନ୍ଧନ ନୁହେଁ ଲାଜକୁଳି ଲତା
ସ୍ପର୍ଶ ମାତ୍ରକେ ମୁଦ ପଡ଼ିଯିବା
ଯେତେ ବାହ୍ୟ ଶତ୍ରୁ ଆସୁଥିବା ଦେଖି
ନିଶ୍ଚୟ ବିକଳ୍ପ ବାଛୁଥିବା ।।
ବିବାହ ବନ୍ଧନ ନୁହେଁ ଶିମୁଳି ତୁଳା ଯେ
ପବନ ବାଜିଲେ ଉଡ଼ି ପଳେଇବା
ଜୀବନେ ଏଭଳି ବିପଦ ହେଲେ ବି
ତାହାର ଜବାବ ଦେଉଥିବା ।।
