STORYMIRROR

Saroj Kumar Ojha

Fantasy

4  

Saroj Kumar Ojha

Fantasy

ସୁପର ପାୱାର

ସୁପର ପାୱାର

1 min
220


କେଉଁ ଅନ୍ତେ କାଳରୁ ଶକ୍ତିର ପ୍ରୟୋଗ,

ଶକ୍ତି ବିନା ଦୁନିଆ ଏଠି ଅଚଳ,

ସୁପର ପାୱାର ନେଇ କେତେ ଦେବଗଣ,

ଆସନ୍ତି ଏହି ମର୍ତ୍ତ୍ୟ ପୁରକୁ,

ବ୍ରହ୍ମାଅସ୍ତ୍ର ମହିମା ସୁପର ପାୱାର,

ସତ୍ୟ ଯୁଗେ ଶକ୍ତି ଧରିଲା ଦୁଇଗୁଣ,

ତ୍ରେତୟାରେ ଦାନବ,ମହିଷ, ରାବଣ

ଦ୍ଵାପର ରେ କୃଷ୍ଣ ଅବତାର ଜାଣ,

ସୁପର ପାୱାର ସବୁ ଯୁଗେ ଭରା,

ଆଜିର ସମୟେ ଖେଳରେ ଭରା,

କ୍ରିକେଟ ଖେଳରେ ସୁପର ପାୱାର,

ସିନେମାରେ ଦୃଶ୍ୟ ସୁପର ପାୱାର,

ଶକ୍ତି ପ୍ରୟୋଗର ଯଥା ନିୟମ,

 ଯୋଗ ଶକ୍ତିରେ ଅଛି ପ୍ରାଣାୟାମ,

ବାୟୁଶକ୍ତି,ତାପଶକ୍ତି,ଜଳଶକ୍ତି,

ବିଦ୍ୟୁତ୍ ଶକ୍ତି ହିଁ ଉତ୍ତମ ପାୱାର,

ଭୁମାତାର ମାଧ୍ୟାକର୍ଷଣ,

ବୁଦ୍ଧିବାନ ଙ୍କ ବିଚାର ଶକ୍ତି,

କୃତୀ ବିଦ୍ୟାର୍ଥୀଙ୍କ ଧୀଶକ୍ତି,

ସମାହାରରେ ସୃଷ୍ଟି ସୁପର ପାୱାର,

ଚତୁର୍ପାର୍ଶ୍ୱେ ଆବରଣ ଶକ୍ତିର,

ଶକ୍ତି ବଳୟ ମଧ୍ୟରେ

ବିଶ୍ଵ ଅବସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy