Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Ojha

Action

3  

Saroj Kumar Ojha

Action

ସାମ୍ରାଜ୍ୟ

ସାମ୍ରାଜ୍ୟ

2 mins
203



ସାମ୍ରାଜ୍ୟ ପ୍ରତିଷ୍ଠା, ସାମ୍ରାଜ୍ୟ ବିସ୍ତାର

ଇତିହାସରୁ ଏ ରହିଛି ଅଧ୍ୟାୟ

ସଂଘର୍ଷ ଆଉ ଯୁଦ୍ଧ

ଉଦ୍ଦେଶ୍ୟ ସାମ୍ରାଜ୍ୟ ଅଧିକାର

ବୈଦେଶିକ ଆକ୍ରମଣ

ସ୍ଵଦେଶର ସ୍ୱତନ୍ତ୍ରତା ସମର l


ଫିରିଙ୍ଗିଙ୍କର ଚକ୍ରାନ୍ତ

ଦେଶୀୟ ବୀରଙ୍କ ଦମ୍ଭ

ଖଣ୍ଡ ବିଖଣ୍ଡିତ ଭାରତ

ବୁକୁ ଫଟା କରୁଣ ଚିତ୍କାର

ଲହୁ ଲୁହାଣ ଏଠାର ବୀର l


ଭିଜିଗଲାଣି ମାଟି ଲହୁ ଲୁହରେ

ଜଣାପଡିନାହିଁ,କାହାରି ବି ନଜର ନାହିଁ

ଅଦୃଶ୍ୟ ହୋଇଗଲା ମାତୃ ଶକ୍ତି

ଶୂନ୍ୟ ହସ୍ତେ ଦ୍ରୋହୀର ଟଙ୍କାର

ରଣ ହୁଙ୍କାର ଶୁଭିଲା ହଠାତ୍ l


ହାତରୁ ଚାଲିଯାଉଥାଏ ଇଲାକା

ମୋ ସାମ୍ରାଜ୍ୟ,ମୋ ସ୍ବରାଜ ଡାକରା

ବୈଦେଶିକ ଶକ୍ତିର ଏ ମାଟି ମୁଠାକର ଲୋଭ

ଚିମୁଟାଏ ଲୁଣ ଆଉ ଖଣ୍ଡେ କନାର ଲୋଭ ବି

ସୀମା ସିମୀତ,ମାତ୍ର ବିରୋଧୀ ଅସୀମିତ

ଉଦ୍ଜିବୀତ ହେଲା ଶକ୍ତି l


ଭାରତ ମାତାଙ୍କ ଆଶୀର୍ବାଦ

ସାମ୍ରାଜ୍ୟ ସୁରକ୍ଷାର ମନ୍ତ୍ର ଓ ଡାକରା

ସ୍ଵରାଜ୍ୟ ମୋର ଜନ୍ମଗତ ଅଧିକାର

ମୋତେ ରକ୍ତ ଦିଅ ମୁଁ ସ୍ବାଧୀନତା ଦେବି l


ସବା ଲାଖ ସେ ଏକ ଲଢାଉଁ

ସୂର୍ଯ୍ୟ,ଚନ୍ଦ୍ର ଯଦି ସତ୍ୟ,ତେବେ ସ୍ଵାଧୀନ ନିଶ୍ଚିତ

ଆଶ୍ୱାସନାର ବାଣୀ

ରଣନୀତି ରେ ହଟିଲା ବିଦେଶ ରକ୍ତ

ଫେରିଲା ସାମ୍ରାଜ୍ୟ,ହୋଇଲୁ ସିକ୍ତ ।


Rate this content
Log in

Similar oriya poem from Action