ସ୍ଵାଧୀନତା
ସ୍ଵାଧୀନତା
ସ୍ଵାଧୀନ ହୋଇଛୁ ଭାରତ ମାଟିରେ
ଆଶୀର୍ବାଦ ଢାଳନ୍ତି ଭାରତ ମାତା,
ଯାହା ଅଛି ଭାରତେ ତାହା ନାହିଁ ଜଗତେ
କେ କରିବ ବ୍ୟତିକ୍ରମ ନାହିଁ ଏଠି ରାସ୍ତା ।
ସୂରୁଜର ଆତଯାତ ଘେନିଛନ୍ତି ସର୍ବେ
ପ୍ରଥା ପରମ୍ପରା ଲୀଳା ଓ ସ୍ଵାଦ ଭାରତୀୟତା,
ମହାନ୍ ସଂସ୍କୃତି ପରି ନାହିଁ ଯେ ଅନ୍ୟତ୍ର
କିଏ ବା ଭାଙ୍ଗିବ ଆମ୍ଭ ଏ ଆତ୍ମୀୟତା ।
ଯୁଗ ଯୁଗରୁ ଏ ଦେଶ ମୂନି ୠଷିଙ୍କ ଦେଶ
ଏ କଥାକୁ କେହି ଟାଳି ପାରିବେ ନାହିଁ,
ବାର ମାସେ ତେର ପରବ ସମ୍ଭାର
କିମ୍ପା ହଟ୍ଟହଟ୍ଟା ହେବ କେହି ଥଟ୍ଟା କରିବାକୁ ଯାଇ ।
ଦେଶ ଯେ ବଞ୍ଚିଛି ବଞ୍ଚୁଥିବ ସଦା
ତା ଗୀତା, ବେଦ, ଜ୍ଞାନ ଗାରିମାକୁ ନେଇ,
ଉପନିଷଦ,ପୁରାଣ,ଶାସ୍ତ୍ର,ସୂତ୍ର,ମନ୍ତ୍ର
ବ୍ରହ୍ମାଣ୍ଡ କରତା ପରା ଅଛନ୍ତି ରହି ।
ଜାଗ,ଯଜ୍ଞ,ମେଳା,କୀର୍ତ୍ତନ,ଜଣାଣ
କୋଣେ ଅନୁକୋଣେ ଲଭେ ସୁନ୍ଦର,
ବହୁଅଛି ସ୍ରୋତେ ଅମୂଲ୍ୟ ନଉକା
ଅଟକିବ ନାହିଁ ଯେତେ ପଡ଼ିଲ
େ ଲଙ୍ଗର ।
ଚଳି ଆସୁଛି ଯେତେ ତିଥି,ଯୁଗାବ୍ଦ,ସମ୍ବତ
ଭରପୁର ସେତେ ଓଷା ଉପବାସ,
ପାକ ନିଷେଧ, ହଳ,କରମ ନିଷେଧ
ପ୍ରଥାକୁ କାଟିବ କିଏ ଅଛି ଆମ୍ଭ ଚଉପାଶ ।
ଏ ମର୍ତ୍ତ୍ୟ ପୁରରେ ବହୁଅଛି ଶୁଦ୍ଧ ବାଆ
କର୍ଣ୍ଣେ କର୍ଣ୍ଣେ ଶୁଭୁଛି ସଙ୍ଗୀତର ଧାରା,
ବଂଶୀ, ଶଙ୍ଖଧ୍ଵନୀ,ମୃଦଙ୍ଗ, ମାଦଳ
ମଠ,ମନ୍ଦିର,ପୀଠ, ଗାଦିରେ ଭରା ।
ମାଙ୍ଗଳିକ କାର୍ଯ୍ୟେ ମହୁରୀ ବାଦନ
କାନ୍ଥେ କାନ୍ଥେ ଚିତା କାରୁକାର୍ଯ୍ୟ ଜାଣ,
ଶୁଭବେଳା ଆମ୍ଭ ଜାତକେ ବର୍ଣ୍ଣିତ
ହଟିବନି ବାଣୀ ଯେତେ ପକାଇଲେ ରାଣ ।
ନିଜ ବଳରେ ଆମେ ଅଟୁ ବଳୀୟାନ
ମହାନ ଭରତ ନାମ ସ୍ୱର୍ଣ୍ଣାକ୍ଷରରେ ଲିଖନ,
ତାଙ୍କ ନାମେ ଭାରତ ସାରା ଜଗତ ଜ୍ଞାତ
ଶୁଭ ଗଇରିକ ରଙ୍ଗେ ଦେବା ଲେପନ ।
ସ୍ଵାଧୀନ ଭାରତରେ ଆମେ ସ୍ଵାଧୀନ ଚେତନ
ଗଉରବେ ଗାଇବା ତା କୀର୍ତ୍ତି ବନ୍ଦନ,
ଏ ଦେଶ ଜାତିକୁ ଟେକ ରଖିବାକୁ
ଶପଥ ନେଇ ଅର୍ପିବା ପ୍ରୀତି ସ୍ପନ୍ଦନ ।