STORYMIRROR

Saroj Kumar Ojha

Action

4  

Saroj Kumar Ojha

Action

ସ୍ଵାଧୀନତା

ସ୍ଵାଧୀନତା

1 min
379


ସ୍ଵାଧୀନ ହୋଇଛୁ ଭାରତ ମାଟିରେ

ଆଶୀର୍ବାଦ ଢାଳନ୍ତି ଭାରତ ମାତା,

ଯାହା ଅଛି ଭାରତେ ତାହା ନାହିଁ ଜଗତେ

କେ କରିବ ବ୍ୟତିକ୍ରମ ନାହିଁ ଏଠି ରାସ୍ତା ।


ସୂରୁଜର ଆତଯାତ ଘେନିଛନ୍ତି ସର୍ବେ

ପ୍ରଥା ପରମ୍ପରା ଲୀଳା ଓ ସ୍ଵାଦ ଭାରତୀୟତା,

ମହାନ୍ ସଂସ୍କୃତି ପରି ନାହିଁ ଯେ ଅନ୍ୟତ୍ର

କିଏ ବା ଭାଙ୍ଗିବ ଆମ୍ଭ ଏ ଆତ୍ମୀୟତା ।


ଯୁଗ ଯୁଗରୁ ଏ ଦେଶ ମୂନି ୠଷିଙ୍କ ଦେଶ

ଏ କଥାକୁ କେହି ଟାଳି ପାରିବେ ନାହିଁ,

ବାର ମାସେ ତେର ପରବ ସମ୍ଭାର

କିମ୍ପା ହଟ୍ଟହଟ୍ଟା ହେବ କେହି ଥଟ୍ଟା କରିବାକୁ ଯାଇ ।


ଦେଶ ଯେ ବଞ୍ଚିଛି ବଞ୍ଚୁଥିବ ସଦା

ତା ଗୀତା, ବେଦ, ଜ୍ଞାନ ଗାରିମାକୁ ନେଇ,

ଉପନିଷଦ,ପୁରାଣ,ଶାସ୍ତ୍ର,ସୂତ୍ର,ମନ୍ତ୍ର

ବ୍ରହ୍ମାଣ୍ଡ କରତା ପରା ଅଛନ୍ତି ରହି ।


ଜାଗ,ଯଜ୍ଞ,ମେଳା,କୀର୍ତ୍ତନ,ଜଣାଣ

କୋଣେ ଅନୁକୋଣେ ଲଭେ ସୁନ୍ଦର,

ବହୁଅଛି ସ୍ରୋତେ ଅମୂଲ୍ୟ ନଉକା

ଅଟକିବ ନାହିଁ ଯେତେ ପଡ଼ିଲେ ଲଙ୍ଗର ।


ଚଳି ଆସୁଛି ଯେତେ ତିଥି,ଯୁଗାବ୍ଦ,ସମ୍ବତ

ଭରପୁର ସେତେ ଓଷା ଉପବାସ,

ପାକ ନିଷେଧ, ହଳ,କରମ ନିଷେଧ

ପ୍ରଥାକୁ କାଟିବ କିଏ ଅଛି ଆମ୍ଭ ଚଉପାଶ ।


ଏ ମର୍ତ୍ତ୍ୟ ପୁରରେ ବହୁଅଛି ଶୁଦ୍ଧ ବାଆ

କର୍ଣ୍ଣେ କର୍ଣ୍ଣେ ଶୁଭୁଛି ସଙ୍ଗୀତର ଧାରା,

ବଂଶୀ, ଶଙ୍ଖଧ୍ଵନୀ,ମୃଦଙ୍ଗ, ମାଦଳ

ମଠ,ମନ୍ଦିର,ପୀଠ, ଗାଦିରେ ଭରା ।


ମାଙ୍ଗଳିକ କାର୍ଯ୍ୟେ ମହୁରୀ ବାଦନ

କାନ୍ଥେ କାନ୍ଥେ ଚିତା କାରୁକାର୍ଯ୍ୟ ଜାଣ,

ଶୁଭବେଳା ଆମ୍ଭ ଜାତକେ ବର୍ଣ୍ଣିତ

ହଟିବନି ବାଣୀ ଯେତେ ପକାଇଲେ ରାଣ ।


ନିଜ ବଳରେ ଆମେ ଅଟୁ ବଳୀୟାନ

ମହାନ ଭରତ ନାମ ସ୍ୱର୍ଣ୍ଣାକ୍ଷରରେ ଲିଖନ,

ତାଙ୍କ ନାମେ ଭାରତ ସାରା ଜଗତ ଜ୍ଞାତ

ଶୁଭ ଗଇରିକ ରଙ୍ଗେ ଦେବା ଲେପନ ।


ସ୍ଵାଧୀନ ଭାରତରେ ଆମେ ସ୍ଵାଧୀନ ଚେତନ

ଗଉରବେ ଗାଇବା ତା କୀର୍ତ୍ତି ବନ୍ଦନ,

ଏ ଦେଶ ଜାତିକୁ ଟେକ ରଖିବାକୁ

ଶପଥ ନେଇ ଅର୍ପିବା ପ୍ରୀତି ସ୍ପନ୍ଦନ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Saroj Kumar Ojha

ପୁରାଣ

ପୁରାଣ

1 min വായിക്കുക

ସ୍ବପ୍ନ

ସ୍ବପ୍ନ

1 min വായിക്കുക

ବିବାହ

ବିବାହ

1 min വായിക്കുക

ସଫଳତା

ସଫଳତା

2 mins വായിക്കുക

ଏଲିଏନ

ଏଲିଏନ

1 min വായിക്കുക

ଅପରିଚିତ

ଅପରିଚିତ

2 mins വായിക്കുക

ପରକାଳ

ପରକାଳ

1 min വായിക്കുക

Similar oriya poem from Action