STORYMIRROR

Archana Acharya

Romance

3  

Archana Acharya

Romance

ପ୍ରିୟତମ

ପ୍ରିୟତମ

1 min
217

ତୁମେ ତ ବୁଣିଲ ସପନର ବୀଜ

ମୋ ନିରୀହ ଆଖି ଧାରେ,

ସପନ ଦେଖିଲି ହଜି ମୁଁ ଯେ ଗଲି

ଭାବନାର ଆରପାରେ।

ବୋଳିଦେଲ ଦେହେ ପ୍ରେମର ଶିହାଇ

ଭାବନାରେ ସାତ ରଙ୍ଗ,

ହସୁ ହସୁ କେବେ ଆଖି ଓଦା ହୁଏ

କେବେ ସିହରଇ ଅଙ୍ଗ ।

ଆଖି ଖୋଜେ ତୁମ ହସହସ ମୁହଁ

ନଜରର ସେଇ ତୀର,

ଯେଉଁ ନଜରରେ କୋମଳ ହୃଦୟ 

ଭଗ୍ନ ହୁଏ ବାର ବାର ।

ଫୁଲ ହୋଇ ଯଦି ନଫୁଟିବି ନାହିଁ

ଦୁର୍ବାଦଳ ହେବି ମୁହିଁ,

ନିତି ନିତି ତୁମ ପାଦର ସେ ସ୍ପର୍ଶ

ପାଇବାକୁ ଥିବି ଚାହିଁ ।

ପ୍ରଜାପତି ସାଜି ତୁମ ଚାରିପଟେ

ଇଚ୍ଛା ଉଡ଼ିବୁଲିବାକୁ ,

ମଝିରେ ମଝିରେ ତୁମର ସେ ପ୍ରେମ

ପରସରରେ ଭିଜିବାକୁ ।

ହଜିବାକୁ ଚାହେଁ ତୁମରି ଦେହରେ

ହୋଇ ପ୍ରିୟ ତୁମ ଛାଇ,

ମିଶିବାକୁ ଚାହେଁ ତୁମରି ପ୍ରାଣରେ

ପ୍ରଶ୍ୱାସରେ ଲୁଚିଯାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance