STORYMIRROR

Rabindra kumar Sahoo

Abstract Romance

3  

Rabindra kumar Sahoo

Abstract Romance

ତୁମେ ମୋ ସ୍ଵପ୍ନ ଆକାଶର

ତୁମେ ମୋ ସ୍ଵପ୍ନ ଆକାଶର

1 min
158


 ତୁମେ ମୋ ସ୍ଵପ୍ନ ଆକାଶର

  ସୁନ୍ଦର ଜହ୍ନଟିଏ

  ତୁମେ ମୋ ହୃଦୟ ବୀଣାର

     ସୁନ୍ଦର ମନଟିଏ

  ତୁମେ ମୋ ପ୍ରେରଣା

    ତୁମେ ମୋ ସର୍ଜନା

   ଆନନ୍ଦ ନିରାନନ୍ଦ ର

    ସମନ୍ଵିତ ପ୍ରାଣଟିଏ

   କଳ୍ପନା ବାସ୍ତବ ର

     ତୁମେ ମୋ ସମ୍ମିଶ୍ରଣ ଟିଏ

   ତୁମେ ମୋ ସ୍ଵପ୍ନ ଆକାଶର

     ସୁନ୍ଦର ଜହ୍ନଟିଏ ।


   ତୁମେ ମୋ ପ୍ରେମ ପ୍ରଣୟର

ଲାଲ୍ ଟୁକ୍ ଟୁକ୍ ସାଧବ ବୋହୂଟିଏ

   ସୁନ୍ଦର ପଣରେ ମନ୍ଦିରେ

   ଶୋଭା ପାଉଥିବା ଦେବୀଟିଏ

   ତୁମେ ମୋ ଜୀବନ ଆଲୋକ ବର୍ତ୍ତୀକା

   କେବେ ତୁମେ ମୋ ପାଇଁ

   ସାଜିଛ ଜାହ୍ନବୀ

   କେବେ ସାଜି ଅଛ ମରୁମରୀଚିକା

   କେବେ ସାଜି ଅଛ ପ୍ରେମିକା

   ପୁଣି କେବେ ଦେଇଅଛ ଧୋକା

   ପ୍ରେମ ପରିଣୟ ବିବାହ

   ଏ ସବୁର ମାନେ

   ଶେଷେ ହୋଇଯାଏ ସମ୍ପୂର୍ଣ୍ଣ ଶୂନ୍ୟ ଟିଏ

   କେବେ ତୁମେ ସାଜ

   ମୋ ସ୍ଵପ୍ନ ଆକାଶର

   ସୁନ୍ଦର ଜହ୍ନଟିଏ

   କେବେ ପୁଣି ସାଜ

   ମୋ ହୃଦୟ ବୀଣାର

   ସୁନ୍ଦର ମନଟିଏ ।


  ପ୍ରେମ ମୋର

  ମରି ନାହିଁ ସରି ନାହିଁ

  ତୁମ ପାଇଁ ଗୋ ସୁନ୍ଦରୀ ରାଇ

  ମୋ ହୃଦୁ ଆଜି ଯାଏଁ ବି ଦିନଟିଏ

  ଯେତେ କର ଘୃଣା କର ପ୍ରତାରଣା

  ବିଲ୍ଵମଙ୍ଗଳ ସାଜିଛି ଏବେ ବି

  ପାରି ହେଉଅଛି ପ୍ରତି ମୁହୂର୍ତ୍ତରେ

  ପ୍ରେମର ଭରା ନଈଟିଏ

  ପାଗଳ ପ୍ରାୟ ଏବେ ବି

  ମୁଁ ତବ ପ୍ରେମେ

  ଝୁରୁଛି ଝୁରୁଥିବି ତୁମକୁ

 ଏ ପିଣ୍ଡେ ପ୍ରାଣ ଥିବା ଯାଏଁ

  ହେ ସୁନ୍ଦରୀ କନକ ଗୋରୀ

  ତୁମେ ଥିଲ ଅଛ ହୋଇଥିବ ରହି

  ମୋ ସ୍ଵପ୍ନ ଆକାଶର ସୁନ୍ଦର ଜହ୍ନଟିଏ

  ତୁମେ ମୋ ହୃଦୟ ବୀଣାର 

  ସୁନ୍ଦର ମନଟିଏ ।


   

  

  

   

    

   


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract