STORYMIRROR

Dr Chandra Sekhar Bhol

Romance Others

3  

Dr Chandra Sekhar Bhol

Romance Others

​ଏମିତି ହୁଅନ୍ତାନି

​ଏମିତି ହୁଅନ୍ତାନି

1 min
219

ଏମିତି ହୁଅନ୍ତାନି!

ତୁମକୁ,

ଏ ଆଖି ଖୋଜି ଖୋଜି ଭିଜିଯିବା ଆଗରୁ,

ଆସି ଯାଆନ୍ତନି, ମୋ ପ୍ରଚ୍ଛଦ ପଟକୁ,

ଆଉ ମୋତେ କୋଳେଇନେଇ,

ମୋ ଛାତିରେ ମୁଣ୍ଡରଖି,

ଦୂର କରି ଦିଅନ୍ତନି ମୋ ବିରହର ବ୍ୟଥା.....


ଏମିତି ହୁଅନ୍ତାନି!

ତୁମକୁ,

ଏ ମନ ଝୁରି ଝୁରି,

କ୍ଷତ ଵିକ୍ଷତ ହୋଇଯିବା ଆଗରୁ,

ମତେ ଶୁଭି ଯାଆନ୍ତାନି ତୁମ କଣ୍ଠସ୍ୱର,

ମନ ମୋର ହୋଇ ଉଠନ୍ତାନି ଚଳଚଞ୍ଚଳ,

ଆଉ ମୁଁ ହୋଇ ଯାଆନ୍ତିନି ଆତ୍ମହରା.....


ଏମିତି ହୁଅନ୍ତାନି!

ତୁମକୁ,

ପାଖରେ ନପାଇ, ମ୍ରିୟମାଣ ହେଇ,

ନିଜକୁ ନୀରବ ସଜେଇ ଦେବା ଆଗରୁ,

ତୁମେ ପହଞ୍ଚି ଯାଆନ୍ତନି,

ସବୁ ଅଭିମାନ ଆଉ ଅଭିଯୋଗ ଧରି,

ଆଉ ମୋ ନୀରବତାକୁ ଭେଦକରୀ,

କରି ବସନ୍ତନି ମୋ ସହ ମିଠା ମିଠା ଝଗଡା.....


ଏମିତି ହୁଅନ୍ତାନି!

ତୁମକୁ,

ଅପେକ୍ଷା କରି କରି ମୋର ପେଟରେ,

ଭୋକ ମରିଯିବା ଆଗରୁ,

ତୁମେ ମୋର ହାତଧରି ଟାଣି ନିଅନ୍ତନି,

ଭାତ ଥାଳି ପାଖକୁ,

ଆଉ ତୁମର ନରମ ହାତରେ,

ଭରି ଦିଅନ୍ତନି ମୋ ମୁହଁରେ ଗୁଣ୍ଡା ପରେ ଗୁଣ୍ଡା,

ଆଉ ଦୂରକରି ଦିଅନ୍ତନି ମୋ ପେଟର ଜ୍ୱଳା.....


ଏମିତି ହୁଅନ୍ତାନି!

ତୁମକୁ,

ମଧ୍ୟରାତ୍ରିରେ ନିଦ ଭାଙ୍ଗିଗଲା ପରେ,

ମୁଁ ଖୋଜିବା ଆଗରୁ,

ତୁମେ ମୋର ଶରୀରକୁ କୋଳେଇନେଇ,

ତୁମ ଦେହର ବାସ୍ନାରେ ମତୁଆଲା କରେଇ,

ତୁମର ଥର ଥର ଓଠରେ,

ମୋ ମଥାକୁ ଭିଜେଇ ଦେଇ,

ଦୂର କରି ଦିଅନ୍ତନି ମୋ ନିଃସଙ୍ଗତାର ବ୍ୟଥା.....


ଏମିତି ହୁଅନ୍ତାନି!

ତୁମକୁ,

ଝୁରି ଝୁରି ମୋର ଶରୀର କ୍ଷଣ ହେଇ,

ଆୟୁଷକୁ ପୂର୍ଣ୍ଣାହୁତି ଦେଲା ପୂର୍ବରୁ,

ପହଞ୍ଚି ଯାଅନ୍ତିନି ତୁମେ ମୋ ପାଖେ,

ଆଉ ବାନ୍ଧି ରଖନ୍ତନି,

ମୋର ପ୍ରାଣକୁ ନିଜ ହାତ ମୁଠାରେ,

ଆଉ ମତେ ବଞ୍ଚେଇ ରଖନ୍ତନି,

ତୁମର ସ୍ପର୍ଶ ଦେଇ,

ଅନ୍ତତଃ କିଛି ମୁହୂର୍ତ୍ତ ପାଇଁ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance