ସାଆନ୍ତଙ୍କୁ ଜ୍ୱର
ସାଆନ୍ତଙ୍କୁ ଜ୍ୱର
କାହିଁକି କରୁଛୁ ଏ ମାନବିୟ ଲୀଳା,
ହେଇରେ ଚକାଡୋଳା,କିମ୍ପା
ଗାଧୁଆରେ ତତେ ପୁଣି ହଉଛି ଜ୍ୱର,
କାହିଁତ ଜମା ବିଶ୍ୱାସ ହଉନି ମୋର l
ତାତିରେ ତୋ ଦେହେ ଖଇ ଫୁଟୁଛି,
ସୁସ୍ଥ ହବାପାଇଁ ତତେ ପୁଣି,ସାମାନ୍ୟ
ଫୁଲୁରୀ ତେଲର ଲୋଡ଼ା ପଡୁଛି
ଯା ନାମ ସୁମରି, ବିନା ବଇଦରେ l
ଏ ସଂସାରେ ନାଶ ହୁଏ କାହୁଁ କେତେ
ରୋଗ ବ୍ୟାଧି,ଅଣସର ଘରେ
ତାକୁ ପୁଣି ଖୋଜା ଚେରମୂଳି ମହୋଷଧି
ଧନ୍ୟ ତୋର ମାୟା, ହେ କଳା ସାଆନ୍ତ l
ସାମାନ୍ୟ ମନୁଷ୍ୟ ଶରୀରେ ମୁଁହି
ବୁଝିବି କେମନ୍ତ?ତଥାପି, ଏଈ ଅଧମ
ଅନୁରୋଧ ସହ କରେ ଗୁହାରି,
ଜଲଦି ସୁସ୍ଥ ହେଇଜା ତୁ,ଆଉ ଲୀଳା ଖେଳ l
ନକରି ସେପଟେ, ହେଲାଣି
ତୋ ପାଈଁ ନନ୍ଦିଘୋଷ ସଜ,
ମାଉସୀ ଘର ବୁଲାଇ ନବସେ,କରିବୁ
ତୁ ଯାଇ ସେଠି କେତେ ମଉଜ l
