STORYMIRROR

Dr Chandra Sekhar Bhol

Romance

4  

Dr Chandra Sekhar Bhol

Romance

ଅଚିହ୍ନା

ଅଚିହ୍ନା

1 min
385

ମୁଁ ଆଉ ରାଗ କି ଅଭିମାନ କରୁନି,

ନିଜକୁ ଅସଫଳବି ଭାବୁନି,

ବିତିଗଲା ଦିନ, ମାସ କି ବର୍ଷ କେଇଟାକୁ,

ଦୋଷବି ଦେଉନି,

କେମିତି ବା ଦେଇପାରିବି?

ନା ଏଥିପାଇଁ ମୁଁ କାହାକୁ ମାଗିଥିଲି ଅନୁମତି,

ନା, କିଏ ଦେଇଥିଲା ମତେ ସେ ଅଧିକାର ।


ମୁଁ ତ ମୋ ଖିଆଲୀ ପଣରେ ବଞ୍ଚିଥିଲି,

ବିଶ୍ୱାସ ଆଉ ଭଲପାଇବା ଦେଇ,

ସିନ୍ଦୁର ଟୋପେର ପ୍ରତିବଦଳରେ,

ପବିତ୍ର ବନ୍ଧନରେ ତାକୁ ବାନ୍ଧିଦେଇ,

ତାର ଛାଇ ହେଇ ବଞ୍ଚିବାକୁ ଚାହିଁଥିଲି,

ଖାସ, ସେଇଥି ପାଈଁତ,ମୁଁ ପାଲଟିଗଲି ,

ଅଚିହ୍ନା, ବିଶ୍ୱାସହୀନ ଆଉ ସ୍ୱାର୍ଥପର ।


କିନ୍ତୁ, ବଦଳି ଯାଇଛି ସେ ସମୟ,

ଆଉ ମୁଁ ଆଜି ସବୁ ପରିସ୍ଥିତିକୁ ସାମ୍ନାକରି,

ଅନ୍ତତଃ ବଞ୍ଚିବା ଶିଖୁଛି

ଆଗଭଳି ଆଉ ସମୁଦ୍ରେ ଭାବନାରେ ନୁହେଁ,

ବରଂ ଆଜି ଚିମୁଟାଏ ବାସ୍ତବତାରେ ଜିଇଁ ଯାଉଛି

ତମେ ମତେ ନିଁଷ୍ଟୁର କହିଲେ ପଛେ କୁହ,

ମୋ ଭୁଲ ପାଈଁ ମୁଁ ପ୍ରାୟଶ୍ଚିତ ଚାହୁଁଛି

ସେଇଥି ପାଇଁତ ତୁମ ସହ ବିତେଇଥିବା ଥିବା

ସ୍ମୃତିସବୁକୁ ଭେଦକାରୀ,

ପୁଣି ଥରେ ଅଚିହ୍ନା ହେଇଯିବାକୁ ଯାଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance