STORYMIRROR

Dr Chandra Sekhar Bhol

Romance Inspirational

3  

Dr Chandra Sekhar Bhol

Romance Inspirational

ଆତ୍ମ-ସମ୍ମାନ

ଆତ୍ମ-ସମ୍ମାନ

1 min
156

କେଜାଣି କାହିଁକି ଆଜି, ଶୂନ୍ୟତା କୁ ପଚାରି ଦେଲି,

ସେ, କଣ ପାଇଁ ମୋ ଜୀବନରେ ଆସିଥିଲା

ମତେ ସଜାଡ଼ି ଦେବା ପାଇଁ

ନା ଉଜାଡି ଦେବା ପାଇଁ

ପ୍ରତି ଉତ୍ତରରେ, ଶୁଣିବାକୁ ପାଇଲି

ତତେ ସଜାଡ଼ି ଦେବା ପାଇଁ

ମତେ ପୁଣି ସେ ସଜାଡ଼ି ଦେବା ପାଇଁ

ହାଃ ହାଃ ହାଃ

ହଁ, ହଁ, ତୋର ନିଜ ପ୍ରତି ନିଜର ଭଲ ପାଇବା

ଆଉ ଆତ୍ମ-ବିଶ୍ୱାସକୁ ବଢ଼ାଇ ଦେବା ପାଇଁ ହିଁ ତାର,

ତୋ ଜୀବନରେ ଆଗମନ ଥିଲା

ଓଃ ତା ମାନେ, ମତେ ସ୍ୱାର୍ଥପର ବନେଇ ଦେବାଟା

ତାର ଗୋଟେ ଉଦ୍ଦେଶ୍ୟ ଥିଲା

ଚୁପ !

ତୁ ଯାହାକୁ ସ୍ୱାର୍ଥପର କହୁଛୁ ନା,

ସେଇଟାକୁ ଗୋଟେ ମଣିଷର

ଆତ୍ମ-ସମ୍ମାନ କୁହାଯାଏ

ଏମିତି କହି କହି ଶୂନ୍ୟତା ଦୂରକୁ

ଦୂରକୁ ଚାଲି ଯାଇ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance