STORYMIRROR

Bidyadhar Mantry

Abstract Romance

4  

Bidyadhar Mantry

Abstract Romance

ଜହ୍ନ

ଜହ୍ନ

1 min
220


ହୁଅନ୍ତା ଯଦି ଜହ୍ନ କାଚ ପରି ସ୍ୱଚ୍ଛ

ପ୍ରିୟା କୁ ମନଭରି ଦେଖି ବି ଥାଆନ୍ତି।


କେଡେ ଭାଗ୍ୟବାନ ସେ ଜହ୍ନ

ଆମର ମିଳନ କୁ ଦେଖୁଛି ଖୁସିରେ।


ଆମକୁ ଦେଖିଲେ ଜହ୍ନର ଖୁସି ଓ ହସ

ସତରେ ଜହ୍ନ ଯେପରି ପ୍ରେମ ଜାଲରେ।


ଆମର ଦୂରତା କୁ ଦେଖି

ଲୁହ ଝରାଉଛି,ସତେ କି ବିରହୀ ପ୍ରେମିକା।


ହେ ଜହ୍ନ

ସବୁ ତ ଜାଣିଛ,ମିଳନ ଓ ବିଚ୍ଛେଦ

ମୋ ପ୍ରିୟା ର ଏବେ ଝଲକ ଦେଖାଅ।

ନିଜେ ତ ଚକୋର ପ୍ରେମରେ

ପ୍ରେମର ପରିଭାଷା ତୁମକୁ ହିଁ ଜଣା।


ଚକୋର ତ ଏବେ ନଜର ଆସୁନି

କିଏ ଚକୋର ହାତରେ ଜହ୍ନ ଧରାଇବ!

ବିଚରା ଚକୋର, ମନରେ ଜହ୍ନ ଆଉ ଜହ୍ନ।


ଏବେ ଚାନ୍ଦିନୀ ରାତି ପାଇଁ ଅପେକ୍ଷା

ଚକୋର ବି ଆସିବ

ପ୍ରିୟା ବି ଫେରିବ

ଚାନ୍ଦିନୀ ରାତିରେ ସ୍ୱଚ୍ଛ ହେବ ଜହ୍ନ

ମୋ ପ୍ରିୟା ମୋର, ଜହ୍ନ ର ଚକୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract