STORYMIRROR

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

ପ୍ରଶ୍ନ ଓ ପ୍ରେମ

ପ୍ରଶ୍ନ ଓ ପ୍ରେମ

1 min
367


ଯେତେବେଳେ ତୁମେ

ମୋ ପାଇଁଥିଲ ପ୍ରଶ୍ନ

ସେତେବେଳେ ମୁଁ

ତୁମର ଥିଲି ପ୍ରେମ

ଯେବେ ମୁଁ ତୁମ ପାଇଁ

ହୋଇଗଲି ପ୍ରଶ୍ନ

ସେତେବେଳେ ଭାଙ୍ଗିଗଲା

ଆମ ପ୍ରେମ।


ପ୍ରେମର ସଂଜ୍ଞା ଖୋଜୁ ଖୋଜୁ

ଶେଷ ହୋଇଗଲା ମୋ ଯୌବନ

ତୁମ ମୋ ପ୍ରେମ ଜୀବନେ

ଆଣିଲା ଆମ ଅସୁମାରୀ ପ୍ରଶ୍ନ ।


ଦୁଇଟି ହୃଦୟର

ଅଦୃଶ୍ୟ ଆକର୍ଷଣର ଅନ୍ୟ ନାମ

ବୋଧହୁଏ ପ୍ରେମ

ସେହି ପ୍ରେମ ଆମ ମଧ୍ୟେ

ଆଣିଛି କେତେ ଉତ୍କଣ୍ଠା

ଆଣିଛି ତୁମ ମୋ ମଧ୍ୟେ

କେତେ କେତେ ଭ୍ରମ

ରହିଗଲା ହୋଇ ଅସମ୍ପୂର୍ଣ୍ଣ

ଜୀବନର ଶେଷ ପାହାଚେ

ପଦାର୍ପଣ ପରେ ବି

ଆମ ମନେ ସୃଷ୍ଟି କରେ

ଅସୁମାରୀ ପ୍ରଶ୍ନ ।


ପ୍ରେମ କ'ଣ ନୁହେଁ କି ଅକୁହା କଥା

ପ୍ରେମ କି ନୁହେଁ ଜୀବନର ଅଲିଭା ଗାଥା

ସେ କ'ଣ କରେନି ସୃଷ୍ଟି

ପ୍ରେମିକା ପ୍ରେମିକଙ୍କ ହୃଦେ ହୃଦକମ୍ପନ

ପ୍ରେମ କ'ଣ ନୁହେଁ କି ଏକ ଅନୁଭବ

ପ୍ରେମ କି ନୁହେଁ ଏକ ଆନ୍ଦୋଳିତ

ହୃଦୟର ସୂକ୍ଷ୍ମ ଭାବ

କିଏ କୁହେ ପ୍ରେମ ଏକ ସ୍ଵପ୍ନ

ପ୍ରେମେ ପୁଣି କିଏ କେତେ

ଦେଖିଥାନ୍ତି ଅଭୁଲା ଅଲିଭା ସପନ

ପ୍ରେମ ଛାଡିଦିଏ ହୃଦୟରେ

କେତେ ଯେ ଅଲିଭା ଚିହ୍ନ

ପ୍ରେମ ଆଣେ ଜୀବନେ

ଅନେକ ପ୍ରଶ୍ନ

ପ୍ରଶ୍ନ ଓ ପ୍ରେମ ଉଭୟେ

ଅଙ୍ଗାଅଙ୍ଗୀ ଜଡିତ

କେବେ ସେ ସଠିକ୍ ତ

କେବେ ମନେ ହୃଦେ ଆଣେ ଭ୍ରମ

ଦୁହେଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ

ଉଭୟେ ପ୍ରଶ୍ନ ଓ ପ୍ରେମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract