STORYMIRROR

Padmalaya Mishra

Romance Classics Others

4  

Padmalaya Mishra

Romance Classics Others

ରାଧେ

ରାଧେ

1 min
373


ହେ ରାଧେ !

କୃଷ୍ଣ ପ୍ରେମେ ଲୀନ ହୋଇ କ'ଣ ପାଇଲ ?


ବଂଶୀଧର ବଂଶୀ ଫୁଙ୍କି ବାଇଆ କରିଲେ

ଗୋପୀଗଣ ସେ ସୁରରେ ଅଧୀରେ ନାଚିଲେ

କଦମ୍ବ ବନ ଆଉ ଯମୁନାର କୂଳ

ନୀର ଆଣି ଯାଇ ଅପଦସ୍ତ ହେଲ

ନଟଖଟ ସେଇ ନନ୍ଦର କୁମର

ନିଜ ପ୍ରେମେ ବାୟା କରି ସାରା ଗୋପପୁର

ଭୁଲିଯାଇ ବାଲ୍ୟ ପ୍ରେମ

ଛାଡି ଯଶୋଦାଙ୍କ କୋଳ

ଭରି ସଭିଙ୍କ ନୟନେ ଲୋତକ

ଭୁଲି ଗୋପଦାଣ୍ଡର ଚହଳ

ଝୁରି ମଲେ ଗୋପବାଳା

ନନ୍ଦ ଓ ଯଶୋଦା

ତୁମେ ବି ତ କାନ୍ଦି କାନ୍ଦି

କରିଥିଲ ବିଦା........


ବଂଶୀ ତେଜି ଚକ୍ର କରିଲେ ଧାରଣ

ବଂଶୀଧର ହୋଇଲେ ଚକ୍ରଧର ନାମ

ରୁକ୍ମିଣୀ ହରଣ କରି ଦେଲେ ପତ୍ନୀ ପଦ

ରାଧେ ତୁମ ପ୍ରେମ ଥିଲା କି ବିପଦ ?


ହେ ରାଧେ !

ମାନୁଛି ମୁଁ ରାଧାକୃଷ୍ଣ ଯୁଗଳ ମୂରତି

ଯୁଗେ ଯୁଗେ ତବ ପ୍ରେମର ରହିଅଛି କ୍ଷାତି

ତୁମ ପ୍ରେମ ଥିଲା ପବିତ୍ର ଶାଶ୍ୱତ

ଅମର ଅକ୍ଷୟ ଜଗତେ ବିଖ୍ୟାତ

ପ୍ରେୟସୀ ହୋଇଣ ପୂଜିତ ସର୍ବଦା

ରାଧା ବିନା କୃଷ୍ଣ ଲାଗେ ଅଧା ଅଧା

ତଥାପି ଭାବୁଛି ମୁଁ ରହିଅଛି ଶଙ୍କା

ଲୀଳାମୟର ଏ କି ପ୍ରକାର ଲୀଳା

ମାୟାଧର ମାୟା ରଚି

କରିଛନ୍ତି ପାଲା

ତୁମକୁ ଭସାଇ ଲୁହର ସାଗରେ

ପୂଜିତ ତୁମ ସାଥେ ସଦା ମନ୍ଦିରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance