STORYMIRROR

Bidyadhar Mantry

Abstract Romance

4  

Bidyadhar Mantry

Abstract Romance

କ୍ରମରେ ପ୍ରେମ

କ୍ରମରେ ପ୍ରେମ

1 min
283


ପ୍ରେମ ଅଢ଼େଇ ଅକ୍ଷର

ଗୌରବ ସହିତ ମହିମା ଅପାର

ହୃଦୟ ଯୋଡିବା କାମରେ ଆଗଭର

ଦୁଇ ହୃଦୟ ମିଳନରେ ପ୍ରେମ କାରବାର

ସମର୍ପଣ ମନୋଭାବ ବଢାଇ ସତ୍ୱର

ପ୍ରେମ ପରିଭାଷା ର ନାହିଁ ପଟାନ୍ତର।


ହୃଦୟ ର ଶୂନ୍ୟତା ରେ 

ପ୍ରେମ ଭରିଦିଏ ସଙ୍ଗୀତର ସ୍ବର

ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମର ଲହର

 ସାତୋଟି ସ୍ଵର ର ସଙ୍ଗମ,ହୃଦୟ ଭିତର।


ହୃଦୟ ଖୋଲା ଥିଲେ

ସୂର୍ଯ୍ୟ କିରଣ ପରି ପ୍ରେମ ବି ବିସ୍ତାର

ସ୍ଵର୍ଣିମ ଆଲୋକ ପ୍ରଭାରେ ଦୂର ଅନ୍ଧକାର

ପ୍ରେମର କିରଣ ଠିକ୍ ଚାରୁ ଚନ୍ଦ୍ରମା ର

ସର୍ତ୍ତ ନ ଥିବା ପ୍ରେମରେ ହିଁ ଶାନ୍ତି ଅପାର।


ଭୁଲ୍ ବୁଝାମଣା ରେ ପ୍ରେମ ହୁଏନି ସାକାର

ଠିକ୍ ମୂଳଦୁଆ ବିହୀନ ଘର ଅବା ବାଲିଘର।


ବଦଳି ଯାଇଛି ପରିଭାଷା ନିଛକ ପ୍ରେମର

ମିଳନ ର ଆଢ଼ୁଆଳେ ସ୍ବାର୍ଥ ଆଗ କାରବାର।

ଡିଜିଟାଲ ଯୋଗୁଁ ଉନ୍ନତି କରଣ ବି ଅଢ଼େଇ ଅକ୍ଷର

ପ୍ରେମରେ ଅନ୍ତ ଘଟିଛି ଘଣ୍ଟା ଘଣ୍ଟା ଧରି ଅପେକ୍ଷାର


ପ୍ରେମ ଏକ ଭାଵନା ଓ ପବିତ୍ରତା ର ଧାରା

ଏବେ ଲାଭ କ୍ଷତି ବେପାର,ନାହିଁ ଶୁଦ୍ଧ ଚିନ୍ତା ଧାରା

ସ୍ବାର୍ଥ ଚିନ୍ତା ଧାରା,ଲାଭ କ୍ଷତି,ଚୁକ୍ତି ବି ପ୍ରେମରେ

ପ୍ରେମ ଫୁଲ ଫୁଟିବା ଆଗରୁ,ଦିଶେ ମଉଳିବାରେ


କହୁଥିଲେ ଯିଏ, ସାତ ଜନ୍ମ ପାଇଁ ମିଶିକି ରହିବା

ଇଚ୍ଛା ନାହିଁ ,ପରସ୍ପରକୁ ଆଡ ଆଖିରେ ଦେଖିବା।

ଇଣ୍ଟରନେଟ୍ ଚକ୍ରବ୍ୟୁହ ର ଧାରା ଓ ଧାରରେ

ନିବିଡ଼ ସମ୍ପର୍କ ନଷ୍ଟ ହେଉଅଛି ସମୟ କ୍ରମରେ।


ପ୍ରେମ ଅଢ଼େଇ ଅକ୍ଷର ରହିଛି ରହିବ

ଗୌରବ ମହିମା ଯୁଗେ ଯୁଗେ ଅଛି ଓ ରହିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract