STORYMIRROR

Snigdha Panda

Abstract Romance

4  

Snigdha Panda

Abstract Romance

କାଲି, ଆଜି, ଆସନ୍ତାକାଲି

କାଲି, ଆଜି, ଆସନ୍ତାକାଲି

1 min
268

ପ୍ରତିଶ୍ରୁତି ଥାଉ କି ନଥାଉ 

ଶିଉଳିଲଗା ସ୍ମୃତି କେତେ 

ଦିନରାତି, ସମୟ-ଅସମୟ ମାନନ୍ତିନି 

କାହାକୁ ଆମନ୍ତ୍ରି ନ ଥିଲେ ବି 

ମନ ଦରଜାରେ ଶୁଭେ ପଶି ଆସିବାର 

ପାଦ ଶବ୍ଦ କା'ର ଅନଧିକାରରେ ।


ସମ୍ପର୍କଟା ଘଟଣାରୁ କି ଦୁର୍ଘଟଣାରୁ

ତା'ର କିଛି ଯାଏ ଆସେ ନାହିଁ 

ଅଭିମାନରେ ବଞ୍ଚିହୁଏ ନାହିଁ 

ପୂର୍ବରାଗରୁ ତମେ ରଙ୍ଗ ଛଡେଇଲା ବେଳେ 

ଜଳୁଥିବା ନିଆଁ ସାମ୍ନାରେ ବସି

ସେ ଆଉ ଟିକେ ମନକୁ ଉଖାରିଦିଏ ।


ଆକାଶ ବି ନଇଁ ଆସେ 

କାନରେ ଚୁପ୍‍ କରି କହେ 

ସବୁ କଥା ଏମିତି 

ନ ଜାଣିବାର ବାହାନା କର ନା 

କିଛି ନ ହେଲେ ବି 

ଚାଲିବାର ରାସ୍ତାରେ 

ସେ ତୋର ସହଯାତ୍ରୀ ଏଣିକି 

ସେ ତୋର ବନ୍ଧୁଟିଏ

କାହିଁକି ନା ସଖ୍ୟଂ ସପ୍ତପଦିନାମ୍‍ ।


ପୂର୍ବ ଆଉ ପଶ୍ଚିମକୁ 

ନିତିଦିନ ସୂର୍ଯ୍ୟ ଯୋଡିଲା ଭଳି 

ମନେ ପଡିବା ଯୋଡୁଥାଏ 

ଗଲା କାଲି ସହ ଆଜିକୁ 

କାଲି ଖେଳର ଧୂଳି ଆଣି

ମାଜିମୁଜି ସଫା କରୁଥାଏ ଭୁଲିବା ବେଳକୁ 

ଆଜି ଯାକ ସାଇତୁ ଥାଏ ଆସନ୍ତାକାଲିକୁ ।



Rate this content
Log in

Similar oriya poem from Abstract