ଦୀପ
ଦୀପ
ଯେମିତି ଚାହିଁଲୁ ସେଇ ପରି ହେଲି ଗଢି
ନିନ୍ଦାକୁ ଭାବିଲି ମୋର ଅମଳାନ ଶାଢୀ I
ଯେତେ ଥର ଚାହିଁଲୁ ତୁ
ନିଜକୁ ଭାଙ୍ଗିଲି
ଦେହରୁ ଆତ୍ମାକୁ କାଢି
ବାହାରେ ଫିଙ୍ଗିଲି ।
ଜିଇଁବାକୁ ଲୋଡ଼ା ଥିବା
ମୋର କାଳ ଯାକ,
କଦମ୍ବ ଡାଳରେ ବନ୍ଧା
ରହିଲା ସେତକ ।
ମାଟିର ମଣିଷ ଆଉ
ଆକାଶର ଜହ୍ନ
ଦୂର ଯାହା ଦୂର ତାହା
ଏଠି ସବୁଦିନ ।
ତୁ ନ ଜାଣେ ହୃଦୟରେ ଜଳୁଥାଉ ଦୀପ
ତୋ ଭାଗକ ପୁଣ୍ୟ ହେଉ ମୋ ଭାଗକ ପାପ

