STORYMIRROR

Snigdha Panda

Abstract Romance

4  

Snigdha Panda

Abstract Romance

ସାନ୍ତ୍ଵନା

ସାନ୍ତ୍ଵନା

1 min
19


କାନ୍ଧରୁ ଖସୁଥିବା ଶାଲ୍ ସହିତ 

ଶୀତ ଖସିଯାଏ ଧୀରେ ଧୀରେ

ପୃଥିବୀରୁ ଏବଂ ଶେଷରେ ଦେହରୁ ବି 

ଘାସର କାକର ଉଡିଯାଏ ଆକାଶକୁ 

ମାଟିରେ ଛାଡ଼ିଦେଇ 

ସ୍ୱପ୍ନର ବିନ୍ଦୁମାନ

ତା’ବି ଉଭାନ୍ କେଇ ମୁହୁର୍ତ୍ତ ପରେ 

ତତେ ଭେଟିବାକୁ ଥିବା

ମୋର ସବୁ ଶୀତ ରାତି ଖସୁଥାଏ ପାହାନ୍ତାରେ

ଯେତେ ଶବ୍ଦ ଶୁଭୁଥାଏ 

କୋଉଟି ବି ତୋର ପାଦରୁ ଆସି ନଥାଏ 

ଯଦିଓ ଆସିବାର ଥିଲା ବୋଲି 

ମୁଁ ରହିଥାଏ ଅପେକ୍ଷାରେ II 


ମଳୟ ଆସିବ ବୋଲି 

କେହି ଜଣେ କହିଦେଇ ଥାଏ 

ଅବିର ରଙ୍ଗ ବାଛିବାର ସକାଳ ପରେ 

ତଥାପି କେମିତି ଘେରି ଆସେ କୁହୁଡି 

ଝରୁଥାଏ ପତ୍ର

ଦିନର ଆୟୁଷ ବଢିଯାଉଥାଏ 

ତତେ କଣ ଜଣା ପଡେ କେବେ ଯେ

ଠିକ୍ ଅଛି କହିବା ଭିତରେ 

ମୁଁ ନିଜେ ସରି ଯାଉଥାଏ II


ମାସ ଆଉ ଋତୁ ବଦଳୁଥାଏ

ଜଣେ ଯାଏ ଜଣେ ଆସୁଥାଏ 

ଯିଏ ଯାଏ ସେ ବି ଦିନେ ଆସିପାରେ 

ନିରାଶ ହେଲା ପରେ ସବୁଥର

ତଥାପି ଆସିବୁ ବୋଲି 

ନିଜକୁ ସାନ୍ତ୍ଵନା ଦିଏ ସେଇ ନିୟମରେ II 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract