Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract

3  

Snigdha Panda

Abstract

ବାକିଥିବ

ବାକିଥିବ

1 min
4


ଏମିତି କଥା ସବୁ ସରିଯିବ

ଗୀତ ବି

ଏପ୍ରିଲ୍ ରେ ଆସୁଥିବା ବସନ୍ତ ଫେରିଯିବ

ମଳୟରୁ ମହକ ଉଡ଼ିଯିବ

ଚାଲିବା ସରି ଯାଇଥିବ 

ଅଥଚ ପୁଣି କିଛି ରାସ୍ତା ବାକି ଥିବ ॥

ଭାବିବା ସବୁ 

ଭୁଲ୍ ବୋଲି କହି 

ଧରିଥିବା ପ୍ରଜାପତି ଉଡି ଯାଇଥିବ 

ବର୍ଷାରେ ଭିଜିଥିବା 

ଗୋଲାପି ସମୟ ଶୁଖିଯାଇଥିବ 

ନିଜ ଭାଗକର

ଭଲପାଇବାକୁ ଲେଖି ଦେଲା ପରେ

ପୁଣି କିଛି ବାକି ଥିବ ॥

ଉଛୁଳା ହୃଦୟ ଚିରି 

ବହୁଥିବା ଧାରଟି 

ପ୍ରଭାସରେ ଗୋପ୍ୟ ହୋଇ ସାରିଥିବ 

ରାତିଥିବ ଆଖି ଥିବ ନିଦ ବି ଥିବ 

ସ୍ୱପ୍ନ ଯାହା ପୁଣି କିଛି ବାକି ଥିବ ॥



Rate this content
Log in

Similar oriya poem from Abstract