STORYMIRROR

Snigdha Panda

Abstract

4  

Snigdha Panda

Abstract

ଦୁଃଖ

ଦୁଃଖ

1 min
17

ତା' ସାଙ୍ଗରେ ସବୁଦିନ ଦେଖାହୁଏ

ସେ ମୋ ପାଖକୁ ଆସେ କି 

ମୁଁ ତା' ପାଖକୁ ଯାଏ କେଜାଶି 

ସେ କିନ୍ତୁ ନିଜର ଲାଗୁଥାଏ 

ଦେଖା ହେଲେ ହସିଦିଏ

ଅତି ଚିହ୍ନା ପରି

ଯେମିତି ସେ ଅପେକ୍ଷା କରିଥିଲା

ମୋ ପାଇଁ କାଳ କାଳ ଧରି ॥


ଦିନେ ଦିନେ ଡେରି ହୁଏ 

ମୋର କି ତା'ର 

ମୁଁ ତରତର ହେଉଥାଏ ଯିବାକୁ 

ଗୋଟେ ରହସ୍ୟ ଉପନ୍ୟାସର ସୂତ୍ର ପରି

ଏଣେ ସବୁ ମୁହଁରେ ଖୋଜୁଥାଏ ତାକୁ 

ଯେମିତି ଦେଖା ହେଇଯାଏ

ମତେ ଲାଗୁ ଥାଏ ତାର ଜମା

ଇଚ୍ଛା ନାହିଁ ଛାଡ଼ି ଯିବାକୁ 

ଜମିରେ ପଡିଥିବା ଖରା ପରି 

ପତ୍ରରୁ ଖସୁଥିବା କାକର ପରି ॥ 


ତା' ଠାରୁ ବେଶି ନିବିଡ଼ 

ଖୋଜିବା ପଣର ଆଖି 

ମୋ ପାଇଁ ଆଉ କା'ର ଅଛି ଯେ ? 

ସମୟ ଓ ରାସ୍ତା 

ଠିକଣା ଓ ପରିଚୟ 

କେତେ ଥର ବଦଳିଛି 

ତା' ସହ ଦେଖା ହେବା ସୂଚୀପତ୍ର

ଆରମ୍ଭରେ ରହିଛି 

ଆଉ କାହାକୁ କହିପାରୁନାହିଁ 

ମୁଁ ତାକୁ ପ୍ରିୟ ସଖା ଭାବିଥିଲି 

ଏବେ ତା'ର ନାଁ ଦୁଃଖ ବୋଲି ଜାଣୁଛି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract