STORYMIRROR

Snigdha Panda

Abstract Romance Classics

3  

Snigdha Panda

Abstract Romance Classics

ଅଛି ବୋଲି ତ!

ଅଛି ବୋଲି ତ!

1 min
11

ତୋର ବଗିଚାରେ ଯୋଉ ପ୍ରଜାପତି

ଘୂରିବୁଲେ ଋତୁ ଅଋତୁରେ 

ଫୁଲ ଫୁଟିବା, ନ ଫୁଟିବାରେ 

ଯା'ର ଉଡିବାର କିଛି ଯାଏ ଆସେ ନା

ଗାଢ ରଙ୍ଗ ଡେଣାରେ

ତୁ ଦେଖିପାରୁନା 

ଅଙ୍କା ହେଇଥାଏ ଗୋଟେ ଘରର ମାନଚିତ୍ର 

ଗାର ସବୁ ଏମିତି ଭାବେ ଟଣା ହେଇଥାଏ ଯେ

ଶହେଥର ଯୁଦ୍ଧ ପରେ ବି

ଲିଭେନା କି ବଦଳେନା ll


ତତେ ତ ସବୁ କଥା 

କାନ୍ଧରେ ବୋହୁଥିଲା ବୋଝ ଭଳି ଲାଗେ 

କୁଣ୍ଡର ଚାରା 

କାମିନୀ ଗଛର ଡ଼ାଳ ପତ୍ର ଭିତରେ 

ହଜିଯାଉଥିବା ଶବ୍ଦ ବି 

ତୋର ଯେତେ କମ୍ ସମୟ 

ସେତେ ବେଶି କାମ ବୋଲି 

ବୋଧହୁଏ ତୁ ଶୁଣିପାରୁନା 

ଖୁବ୍ ଧୀରେ ଗାଉଥିବା ଅଜଣା ପକ୍ଷୀର ଗୀତ 

ଆକାଶ ବାହାରେ ସେ ଥାଏ କି କଣ 

ତତେ ଛୁଇଁ ପାରେ ନାହିଁ

ତୋର ହଜାରେ ବାହାନାରେ

ମୁଁ ନିଜର ପ୍ରତି ଅଂଶକୁ ଏକାଠି କରେ

ଅନେକ ଗଣିତ ପରେ କିଛି ବି ହିସାବ ତୁଟୁନଥାଏ।


ପବନରେ ବି କବାଟ ଘୁଞ୍ଚିଲେ 

ତୋର ଆସିବା ହେଲା ମନେ କରିବାର

ଆଖିର ବହଳ ପଣକୁ ତୁ ବୁଝିପାରୁନା 

ବୁଝୁନା ବି ଆତ୍ମାର ଗମ୍ଭୀରା ଭିତରେ 

ଥରି ଥରି ଜଳୁଥିବା ଦୀପର ଗୁଣୁଗୁଣୁ ତାନ

କେମିତି ମୁଁ ସଜାଡ଼ି ରଖୁଛି 

ବିଞ୍ଚିି ହେଇ ପଡ଼ିଥିବା କ୍ଷଣ 

ଆଲୁଅର, ସକାଳର ଅପେକ୍ଷାରେ ଅଛି

ଅଛି ବୋଲି ତ ଜଳିବା ପରେ ବି 

ବିଶ୍ୱାସରେ ନିତି ହଳେ ଡେଣାକୁ ଯୋଡ଼ୁଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract