STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ମହତ ପଣିଆ

ମହତ ପଣିଆ

1 min
299


ବର୍ଷା ର ବୁନ୍ଦା 

ରିମଝିମ୍ ତାଳରେ 

ପ୍ରିୟା ର କେଶ-ଗୁଛ କୁ ଛୁଇଁଲା

ସଦ୍ୟ ଭିଜା କେଶର ସ୍ପର୍ଶ ରେ

କିଛି ସମୟ ଉପଭୋଗ ବି କଲା।


ବର୍ଷା ବୁନ୍ଦା ଖସି ଗାଲ ଦେଶରେ

ପ୍ରିୟା ଚିହିଁକି ଉଠିଲା

ଓଢଣୀ ରେ ପୋଛିବା ପାଇଁ,ପ୍ରିୟା ଉଦ୍ୟତ

ବର୍ଷା ବୁନ୍ଦା ଖସିଲା ଓଠକୁ

ଓଠ କୁ ଚୁମିଲା,ଅତି ସମର୍ପଣ ରେ

କିଛି ସମୟ ଉପୋଭୋଗ ବି କଲା।


ବର୍ଷା ବୁନ୍ଦା ର ସ୍ଥାୟୀ ନାହିଁ

କିଛି ସମୟ ପରେ ଖସି-ଯିବ

ଅସ୍ତିତ୍ବ ହରାଇବାକୁ ପ୍ରସ୍ତୁତ

ଅଦୃଶ୍ୟ ହେବାକୁ ପ୍ରସ୍ତୁତ।


କିଛି ସମୟର ସମ୍ପର୍କ

ଶରୀର ର ମୋହ

ବର୍ଷା ବୁନ୍ଦା କିନ୍ତୁ ଖୁସୀ

ମୋତି ପରି ଉଜ୍ଜଳ,ବର୍ଷା ବୁନ୍ଦା

କିଛି କିରଣ ର ହେଲେ ପାଖା ପାଖି

ପ୍ରିୟା ର ପରଶ ରେ ଉଜ୍ଜଳ ହୋଇଛି ।


ଏହି ବର୍ଷା ବୁନ୍ଦା

ପ୍ରତି ଶ୍ରାବଣରେ,ପ୍ରିୟାକୁ ଜଳାଏ

ବର୍ଷା ବୁନ୍ଦା,କ୍ଷୀଣ ବି ହୁଏ

ପ୍ରିୟା ର ଜ୍ୱାଳାରେ।


ବର୍ଷା ବୁନ୍ଦା ରେ 

ପ୍ରିୟା ଭିଜି ଅଛି

ପ୍ରେମର ଅଗଣା ଖୋଲିଛି

ଅଗଣା ଖୋଲା ଖବର ପ୍ରେମିକ ପାଇଛି

ବର୍ଷା ବୁନ୍ଦା ରେ ସେ ବି ଭିଜିଛି

ଏବେ ଭିଜି ଭିଜାଇଲେ ଦୁହିଁଙ୍କ ତନ ଆଉ ମନ

ବର୍ଷା ବୁନ୍ଦା ର ମହତ ପଣିଆ

ପ୍ରେମୀ ଯୁଗଳ ଗାୟନ କରୁଛି।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract