STORYMIRROR

SUJATA DAS

Romance

4  

SUJATA DAS

Romance

ବର୍ଷା,,,,

ବର୍ଷା,,,,

1 min
399


କଳା ମେଘ ସାଜି

 ଆସନ୍ତ କି ତୁମେ

    ମୟୂରୀ ସାଜନ୍ତି ମୁଁହି, 

ମେଘର ମହ୍ଲାରେ

  ଶ୍ରାବଣ ଛୁଆଁରେ

    ନାଚନ୍ତି ବିଭୋର ହୋଇ ।


କବିଟିଏ ହୋଇ

  ଲେଖନ୍ତ କବିତା

    ସରଗ ସୁଷମା ନେଇ, 

ଲେଖନୀ ମୁନରେ

  ଝରିଯାଆନ୍ତି ମୁଁ

    ହୃଦୟ କୁ ତୁମ ଛୁଇଁ l


ଫଗୁଣର ଫଗୁ

  ହୁଅନ୍ତ କି ତୁମେ

    ଇନ୍ଦ୍ରଧନୁ ରଙ୍ଗ ନେଇ, 

ମଳୟ ସାଜି ମୁଁ

  ରଙ୍ଗରେ ଭିଜନ୍ତି

    ତୁମ ରଙ୍ଗେ ରଙ୍ଗି ହୋଇ ।


ମଧୁର ସ୍ବପ୍ନଟେ

  ହୁଅନ୍ତ କି ତୁମେ

    ରାତିର ପଣତ ଛୁଇଁ, 

ମୋ ଦୁଇ ଆଖିରେ

  ସଜାଇ ଦିଅନ୍ତି

     ସପ୍ତ ରଙ୍ଗି ସ୍ବପ୍ନ ନେଇ l


ସୁ ନୀଳ ଆକାଶ

  ହୁଅନ୍ତ କି ତୁମେ,

    ବାଦଲ ସାଜନ୍ତି ମୁଁହି, 

ତୁମରି ବୁକୁରେ

  ଭାସି ବୁଲୁଥାନ୍ତି

    ବିହଙ୍ଗ ପରାଏ ହୋଇ ।


ବିଶାଳ ସାଗର

  ହୁଅନ୍ତ କି ତୁମେ

    ଶାମୁକା ସାଜନ୍ତି ମୁଁହି, 

ନୀଳ ଉର୍ମି ସହ

  ଗଭୀର ହୃଦୟେ,

     ଯାଆନ୍ତି ବିଲୀନ ହୋଇ l



Rate this content
Log in

Similar oriya poem from Romance