କେଡେ ସୁନ୍ଦର ସେ ମୋ ଦେଶ ଭାରତ
କେଡେ ସୁନ୍ଦର ସେ ମୋ ଦେଶ ଭାରତ
ଯା ବକ୍ଷରୁ ବହେ ପୁଣ୍ୟ ବୈତରଣୀ
ବୁଡ ଦେଲେ ମନ ଅଧ୍ୟାତ୍ମ ରୋଷଣୀ
ଆହା କି କୁହୁକ ସ୍ପର୍ଶ
କେଡେ ସୁନ୍ଦର ସେ ମୋ ଦେଶ....
ଯା ବକ୍ଷେ ଜନମ ଗାନ୍ଧୀ ଗୋପବନ୍ଧୁ
ସ୍ଵରାଜେ ତ୍ୟାଗିଲେ ପ୍ରତିରକ୍ତ ବିନ୍ଦୁ
ଧନ୍ୟ ହେ ଦିବ୍ୟ ପୁରୁଷ
କେଡେ ସୁନ୍ଦର ସେ ମୋ ଦେଶ....
ଯେଉଁଠାରୁ ଶୁଭେ ଗୀତା ଭାଗବତ
ଦୁଃଖୀ ମନ ପଢି କ୍ଷଣେ ଆହ୍ଲାଦିତ
ଆହା କି ଅମୃତ ରସ
କେଡେ ସୁନ୍ଦର ସେ ମୋ ଦେଶ.....
ଯାର ଉତ୍ତରରେ ଶୋଭେ ହିମାଳୟ
ଚମକେ କାଶ୍ମୀର ଚୋରାଏ ହୃଦୟ
ଅପରୂପ ଆହା ବେଶ
କେଡେ ସୁନ୍ଦର ସେ ମୋ ଦେଶ.....
ଯା ମାଟି ଠାକୁର ଜଗତରନାଥ
ବିଶ୍ୱ ପ୍ରାଣେ ସିଏ ଭକ୍ତିରେ ପୂଜିତ
ଅହୋଲୀଳା ଅହର୍ନିଶ
କେଡେ ସୁନ୍ଦର ସେ ମୋ ଦେଶ....
ଯା ମାଟିର କନ୍ୟା କଳ୍ପନା ଇନ୍ଦିରା
କୀର୍ତ୍ତି କୋଣାରକେ ଖଣ୍ଡେ ଖଣ୍ଡେ ହୀରା
ଅରଜିଲେ ପୁଣ୍ୟ ଯଶ
କେଡେ ସୁନ୍ଦର ସେ ମୋ ଦେଶ.....
ଯାର ଶୀର ଉଚ୍ଚ କଲେ ବୀର ଗଣ
ପଣ୍ଡ କଲେ ଷଡଯନ୍ତ୍ର ପଣ ପଣ
ହୋଇଲେ ହୃଦ ମଣିଷ
କେଡେ ସୁନ୍ଦର ସେ ମୋ ଦେଶ.....
କହୁଥିଲେ କଥା ଅସରନ୍ତି ଜାଣ
ଏ ମାଟି ପ୍ରେରଣା ବିଶ୍ୱେ ହୃଦେ ପ୍ରାଣ
ଗର୍ବେ ମୁହେଁ ନିତ୍ୟ ହସ
କେଡେ ସୁନ୍ଦର ମୋ ଦେଶ
ପ୍ରଣାମ ଭାରତ ବର୍ଷ.......

