STORYMIRROR

RUKEYA JABEEN

Romance

3  

RUKEYA JABEEN

Romance

ତୁମେ ଆଉ ତୁମ ସ୍ୱପ୍ନ

ତୁମେ ଆଉ ତୁମ ସ୍ୱପ୍ନ

1 min
152

ଓଠକୁ ଓଠ ଛୁଇଁ  

ନାସିକାର ଉଷ୍ମ ପ୍ରବାହ 

ଶରୀରର ଅଭ୍ୟନ୍ତର ଦେଇ 

ବହି ଯାଉଥିବା ବେଳେ 

ତୁମ ଦୃଢାବଦ୍ଧ ବାହୁ ବନ୍ଧନରେ 

ନିଜକୁ ବନ୍ଦୀ କରାଇ 

ହୃଦୟ ଶୁଣୁଥିଲା ହୃଦୟର ସ୍ପନ୍ଦନ।


ଅଜ୍ଞାତ ସିଂହରଣରେ  

ଅଧୀର ହେଇ ପଡ଼ୁଥିଲା 

ମୋ ଚତୁର୍ଦ୍ଦିଗ ଚତୁଃପାର୍ଶ୍ଵ  

ସତେ ଅବା କୌଣସି 

ବୈଦ୍ୟୁତିକ ଶକ୍ତିର ସମ୍ପ୍ରସାରଣ 

ଚାଲିଥିଲା ସାରା ଅଙ୍ଗ ପ୍ରତ୍ୟଙ୍ଗରେ।


ଇଚ୍ଛା ହେଉଥିଲା ବୁଡି ରହିବାକୁ 

ତୁମ ପ୍ରେମର ସାଗରରେ 

ଭିଜିବାକୁ ମତୁଆଲା 

ଶବ୍ଦ ଚାଟୁ କଳାରେ 

କରିବାକୁ କିଛି ଦୁଷ୍ଟାମୀ 

ଶାଳୀନତାର ସବୁ ସୀମା ଡେଇଁ 

ପ୍ରଣୟ ରାସଲୀଳାର 

ନୂତନ ଇତିହାସ ଲେଖିବା ପାଇଁ।


କିନ୍ତୁ ତୁମେ ଆଉ ତୁମ ସ୍ୱପ୍ନ 

ଦୁହେଁ ଭାରି ନିଷ୍ଠୁର ନିର୍ଦ୍ଦୟୀ 

ନିସ୍ତବ୍ଧ ମନେ 

ଗୁଞ୍ଜରଣ ସୃଷ୍ଟି କରି 

ଅବିଳମ୍ବେ ଅନ୍ତର୍ଦ୍ଧାନ ହେଇଯାଅ 

ଛାପ ଛାଡ଼ିଯାଅ ମନ ମାନସପଟ୍ଟରେ 

ମୁଁ ଖୋଜୁଥାଏ ତୁମ ଉପସ୍ଥିତି 

ନିଦରୁ ଉଠିବା ପରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance